ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡା ପୋଲିସ ପକ୍ଷରୁ ୩୪ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳିତ

ଗୋଳାମୁଣ୍ଡା/୧୭/୧/ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ଦ୍ୱାରା ୩୪ ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ ର ଆଜି ସଚେତନତା ପାଳିତ ହୋଇଯାଇଛି । ଗୋଳାମୁଣ୍ଡା ପୋଲିସ ଆଇ ଆଇ ସି ଯୁଗଳ କିଶୋର ଶବର ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏ.ଏସ. ଆଇ. ରାମ ଚନ୍ଦ୍ର ସବର, ଏ.ଏସ. ଆଇ. ମିହିର ଚନ୍ଦ୍ର ଆଡ଼ଜୁଆଡ଼, ରଞ୍ଜନ କୁମାର ରାଉତ ତଥା ସମସ୍ତ ଥାନା କର୍ମଚାରୀ ଏବଂ ବୃନ୍ଦାବାହାଲ ସରପଞ୍ଚ ଦିନେସ କୁମାର ରାଉତ, ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସାନ୍ତ୍ବନା ସିପକା ଓ ଅନ୍ୟାନ୍ୟ ସହଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟକ ଭାବେ ଯୋଗ ଦେଇଥିଲେ । ନିଶାଶକ୍ତ ଅବସ୍ଥାରେ ଗାଡି ନ ଚଳାଇବା ସହ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବାକୁ ସଚେତନ କରାଯାଇଥିଲା ।ଏହି ସଚେତନତା ବାର୍ତ୍ତା ଫଳରେ ଅନେକ ଦୁର୍ଘଟଣା ରୋକାଯାଇପାରିବ ବୋଲି ଆଇ. ଆଇ. ସି. ଯୁଗଳ କିଶୋର ସବର ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ପ୍ଲା କାର୍ଡ ଧରି ନାରାବାଜି ଦେଇ ଜନସାଧାରଣଙ୍କୁ ସଚେତନ କରିବାକୁ ନଗର ପରିକ୍ରମା କରି ସାଫଲ୍ୟ ମଣ୍ଡିତ କରିଥିଲେ ।ଏହି କାର୍ଯ୍ୟକ୍ରମ ପ୍ରତି ସ୍ଥାନୀୟ ଜନସାଧାରଣ ଆଇ. ଆଇ. ସି ଯୁଗଳ ସବର ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଏବଂ ଉପକରଣ ବଣ୍ଟନ 

Sunil Chandra Nayak

ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ବ୍ଳକର ବୈଠକ ଅନୁଷ୍ଠିତ

Sunil Chandra Nayak

ବିଜେପି ପକ୍ଷରୁ ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

Sunil Chandra Nayak

Leave a Comment

error: Content is protected !!