ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ସାହିତ୍ଯ ଆମ ଅସ୍ମିତାର ପରିଚୟ. ବୈଶାଖୀ ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ 

ଆମ ସାହିତ୍ଯ ଆମ ଅସ୍ମିତାର ପରିଚୟ.

ବୈଶାଖୀ ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ 

ରାଉରକେଲା : ସାହିତ୍ଯ ସମାଜର ପରିବର୍ତ୍ତନର ସହାୟକ ହୋଇଥାଏ | ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ ବୋଲି ଧାମରା ସଂଘ ପରିସରରେ ଆୟୋଜିତ ବୈଶାଖୀ ସାହିତ୍ଯ ସଂସଦର ୩୪ତମ ବାର୍ଷିକୀ ଉତ୍ସବରେ ମୁଖ୍ଯଅତିଥି ଭାବେ ଯୋଗଦେଇ ଡ.ବବ୍ରୁବାହନ ମାହାପାତ୍ର ନିଜ ଅଭିଭାଷଣରେ କହିଥିଲେ | ଡ. କିଶୋରୀ ଦାସଙ୍କ ସଭାପତିତ୍ବ ଓ ଡ଼ଃ ରେ ଉମାକାନ୍ତ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବରେଣ୍ଯ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ଶିକ୍ଷାବିତ୍ ଶଶଧର ପଣ୍ଡା କହିଲେ ସାହିତ୍ଯ ହିଁ ଜାତୀୟ ସମୃଦ୍ଧିର ମୂଳମନ୍ତ୍ର । ଶିକ୍ଷାବିତ ଭବେଶ ଚନ୍ଦ୍ର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲା ବେଳେ ସାଧାରଣ ସମ୍ପାଦକ ଚନ୍ଦ୍ରଧ୍ବଜ ମାଝୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ହାସଲ କରିଥିବା ପାଞ୍ଚଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଡ.ବବ୍ରୁବାହନ ମହାପାତ୍ରଙ୍କୁ ବୈଶାଖୀ ଭାରତୀ ସମ୍ମାନ,ଅଙ୍ଗୁରବାଳା ପରିଡାଙ୍କୁ ବୈଶାଖୀ ସାରସ୍ବତ ସମ୍ମାନ ,ଶଶଧର ପଣ୍ଡାଙ୍କୁ ବୈଶାଖୀ ସଂସ୍କୃତି ସମ୍ମାନ ,ରଶ୍ମିବାଳା ରାଉତରାୟଙ୍କୁ ବିଦ୍ଯା ତିଓ୍ବାରୀ ସ୍ମୃତି ସମ୍ମାନ,ବିଜୟ କୁମାର ସାହୁଙ୍କୁ ବେଣୁଧର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ | ଦ୍ବିତୀୟ ପର୍ଯାୟରେ ବିକ୍ରମ ଆଚାର୍ଯ୍ଯଙ୍କ ସଭାପତିତ୍ବରେ କବିତା ଆସର ଆୟୋଜିତ ହୋଇଥିଲା । ସମ୍ମାନିତ ଅତିଥିଭାବେ ଅଧ୍ଯପିକା ପ୍ରଣତି ବେହେରା ଯୋଗଦାନ କରିଥିଲେ | ସୁସ୍ମିତା ଭୋଇ,ନିତମ୍ବିନୀ କର ଏବଂ ବସନ୍ତ ବିଶ୍ବକର୍ମଙ୍କ ସଂଯୋଜନାରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ସସ୍ମିତା ପ୍ରଧାନ,ଦେବବ୍ରତ ଦାସ,ରେବତୀ ବେହେରା ,ଉମେଶ ତିଓ୍ବାରୀ ,ହରିହର ଶତପଥୀ,ରାଜ କୁମାର ମହାନ୍ତି ,ଦୁର୍ଯୋଧନ ପଣ୍ଡା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

masiha

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

କଲେଜ ଛାତ୍ର ଛାତ୍ରୀ ଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!