ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମିରେ ଧାନ ରୁଆ କରିବା ସମୟରେ ବଜ୍ରାଘାତ , ୧ ମୃତ ଏକ ଗୁରୁତର

ଜମିରେ ଧାନ ରୁଆ କରିବା ସମୟରେ ବଜ୍ରାଘାତ , ୧ ମୃତ ଏକ ଗୁରୁତର

ଡାବୁଗାଁ, ୧୫/୨୪ (ମ.ନି. ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଟାଙ୍ଗିନି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜମିରେ ଧାନ ରୁଆ କାର୍ଯ୍ୟ କରିବା ସମୟରେ ଅଚାନକ ବଜ୍ରାଘାତ ଘଟିବାରୁ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଟାଙ୍ଗିନି ଗ୍ରାମର ବନ ସିଂ ଜାନି ଙ୍କ ସ୍ତ୍ରୀ ଦୂତିକା ଜାନି (25) ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗତକାଲି ରବିବାର ଝରିଗାଁ ବ୍ଲକ ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିନି ଗ୍ରାମ ରେ ଏକ ଜମିରେ ଧାନ ରୁଆ ପାଇଁ ପ୍ରାୟ ୧୦ ମହିଳା ଅପରାହ୍ନ ସାଢେ଼ ୩ ଘଣ୍ଟ ସମୟରେ ଜମିରେ ଧାନ ରୁଆ କରୁ ଥିଲେ। ତେବେ ହଠାତ୍ ଏହି ସମୟରେ ଧାନ ଜମି ନିକଟରେ ବଜ୍ରାଘାତ ଘଟିଥିଲା। ଏଥିରେ ଧାନ ରୁଆ କାର୍ଯ୍ୟରେ ଥିବା ଦୁତିକା ଜାନି ସମ୍ମୁଖ ଭାଗ ଜଳି ଯାଇ ସେଠାରେ ଟଳି ପଡ଼ିଥିଲେ। ଅନ୍ୟ ଜଣେ ମହିଳା ଅଞ୍ଜନା ଜାନି (୨୫) ମଧ୍ୟ ଗୁରୁତର ଆହତ ହୋଇଥିଲେ। ଦୁହିଁଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଦୂତିକା ଜାନି ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଅଞ୍ଜନା ଜାନି ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମୃତ ଦୂତିକା ଜାନିର ଦୁଇଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଅଚାନକ ବଜ୍ରାଘାତ ରେ ମୃତ୍ୟୁ ପରେ ପରିବାର ମଧ୍ୟରେ ଶୋକ ର ଛାୟା ଖେଳି ଯାଇଛି। ଏ ନେଇ ଆଜି ସୋମବାର ମୃତ କ ର ସ୍ୱାମୀ ବନସିଂ ଜାନି ଡାବୁଗାଁ ଥାନାରେ ଏତଲା ଦିଇଥିଲେ l ଉକ୍ତ ଏତଲା କୁ ଭତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେଶ ନଂ 25/24 ରେ ଏକଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଜୁନାଗଡ଼ ବ୍ଲକ ଡମ୍ବ ସମାଜର ସାଧାରଣ ବୈଠକ

masiha

ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଖଡ଼ିଆଳ ଏନଏସିରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ, ସଫେଇ କର୍ମଚାରୀଙ୍କୁ ସଫେଇ କିଟ୍ ପ୍ରଦାନ

Leave a Comment

error: Content is protected !!