ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର:(ତା – ୨୪/୦୮)(ରବି ନାରାୟଣମହାନ୍ତି)- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଭାଗୃହ ପରିସରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଥିବା ବେଳେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତା କୁମାର,ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ନାୟକ, ଯମୁନା ଗଣ୍ଡ, ତ୍ରମିଳା ପୂଜାରୀ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।ପ୍ରଥମେ ସ୍ଥାନୀୟ ଜିପିଇଓ ରମେଶ ହରିଜନ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ।ପରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଉନ୍ନୟନ କାର୍ଯ୍ୟ ବିବରଣୀ ଉପସ୍ଥାପନା କରିଥିଲେ ।ଶିକ୍ଷା ବିଭାଗ,ଖାଦ୍ୟ ଓ ଯୋଗାଣ ବିଭାଗ,କୃଷି ବିଭାଗ,ଉଦ୍ୟାନ ବିଭାଗ,ଜଳ ବିଭାଜିକା,ବନ ବିଭାଗ, ଓଡିଶା ଜୀବିକା ମିଶନ,ସମନ୍ୱିତ ଶିଶୁ ବିକାଶ ବିଭାଗ,ବିଦ୍ୟୁତ ବିଭାଗ,ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗ ,ପଶୁ ସଂପଦ ପ୍ରମୁଖ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ବିଭାଗର ଲୋକାଭିମୁଖୀ ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ।ବ୍ଲକର ସମସ୍ତ ୨୩ ଗୋଟି ପଞ୍ଚାୟତର ସମିତି ସଭ୍ୟସଭ୍ୟା,ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ବିବରଣୀ ଉପରେ ସାଂସଦ ସମୀକ୍ଷା କରି ଲୋକଙ୍କ ମୌଳିକ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଶିକ୍ଷା,ଗମନାଗମନ, ପାନୀୟଜଳ, ବିଦ୍ୟୁତ ସେବା ଆଦି ମୌଳିକ ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦେଇ ବକେୟା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ। ସେହିପରି ଲୋକଙ୍କ ଆର୍ଥିକ ବିକାଶ ଲାଗି କୃଷି , ପଶୁ ଓ ମତ୍ସ୍ୟ ସମ୍ପଦ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଉପସ୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ନିଜ ନିଜ ଅଞ୍ଚଳର ପ୍ରମୁଖ ସମସ୍ୟା ଉପରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ସ୍ୱଛତା ଅବଲମ୍ବନ ପୂର୍ବକ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ତଥା କୃଷି ଓ କୃଷକର ପ୍ରଗତି ସାମ୍ପ୍ରତିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରମୁଖ ଲକ୍ଷ୍ୟ ରହିଥିବା ସାଂସଦ ନିଜ ଅଭି ଭାଷଣରେ କହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧର୍ମଗଡ ମହିଳା ମହାବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ଉଦ୍ଘାଟିତ

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

masiha

ଡ଼ଙ୍ଗରିଗୁଡା ଓ ମାଝୀଗୁଡା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

masiha

Leave a Comment

error: Content is protected !!