ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ , ଶୌଚାଳୟ ଥାଇ କାମକୁ ଆସୁନି ! ସାଧାରଣ ଜନତା ହନ୍ତସନ୍ତ   

  ତେନ୍ତୁଳିଖୁଣ୍ଟି ବ୍ଲକ , ଶୌଚାଳୟ ଥାଇ କାମକୁ ଆସୁନି ! ସାଧାରଣ ଜନତା ହନ୍ତସନ୍ତ                 

ତେନ୍ତୁଳିଖୁଣ୍ଟି ୦୬/୧୨/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ସର୍ବ ସାଧାରଣ ପାଇଁ ନିର୍ମିତ ଶୌଚାଳୟ ଅବ୍ୟବହୃତ ହୋଇ ଜରାଜୀର୍ଣ୍ଣ ଅବସ୍ଥା ରେ ପହଞ୍ଚିଲାଣି। ପଂଚାୟତ ରୁ ବ୍ଲକ କାର୍ଯ୍ୟ ଳୟ ଆସୁଥିବା ହଜାର ହଜାର ଜନତା ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ କାର୍ଯ୍ୟାଳୟ ପାର୍ଶ୍ଵ ବର୍ତ୍ତମାନ କୁତ୍ରିମ ଶୌଚାଳୟ ଭାବେ ଲୋକ କାର୍ଯ୍ୟ କରୁଛି।ମାତ୍ର ଯେ ନତେନଭାବେ ପୁରୁଷ ଲୋକ ମାନେ ଶୌଚ କାମ ଶେଷ କରୁଥିବା ବେଳେ ମହିଳା ପାଇଁ କଷ୍ଟକର ହୋଇପଡୁଛି।ବ୍ଲକ ପରିସର ମଧ୍ୟରେ ମହିଳା ଜୀବିକା ମିଶନ କାର୍ଯ୍ୟ ଳୟ ଥିବା ବେଳେ ଶହ ଶହ ମହିଳା ଯିବା ଆସିବା କରିଥାନ୍ତି।ହେଲେ ସେ ମାନଙ୍କ ପାଇଁ କଷ୍ଟ ବଢିିବାରେ ଲାଗିଛି।ମାତ୍ର ପରିତାପର ବିଷୟ ସବୁ ଅଧିକାରୀ ଠାରୁ ଲୋକ ପ୍ରତିନିଧି ମଧ୍ୟ ଶୌଚାଳୟ ନ ଥିବାରୁ ସମଦଶା ଭୋଗୁଛନ୍ତି।ହେଲେ ଦିନେ ହେଲେ ବ୍ଲକ ଅଧିକାରୀ ମହାଶୟ ଙ୍କ ଦୃଷ୍ଟି ଆକର୍ଷଣ କରୁନ ଥିବା ସାଧାରଣ ଜନତା ପ୍ରକାଶ କରିଛନ୍ତି। ବ୍ଲକ ପରିସର ଦୁର୍ଗନ୍ଧରେ ଫାଟି ପଡୁଛି। ବ୍ଲକ ପରିସରରେ ଶୌଚାଳୟ ଥାଇ ମଧ୍ୟ କାମରେ ଆସୁନି ।ଲୋକେ ମଙ୍ଗଳ ସମ୍ପ୍ରସାରଣ କାର୍ଯ୍ୟଳୟ ଓ ଖାଦ୍ୟ ଯୋଗାଣ ବିଭାଗ କାର୍ଯ୍ୟଳୟ କାଂଥ କୁ ଶୌଚାଳୟ ବା ପରିଶ୍ରାଗାର ଭାବେ ବାଛି ନେଇ ଛନ୍ତି।ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଇ ବ୍ଲକ ପରିସରରେ ଥିବା ଜରାଜୀର୍ଣ୍ଣ ଶୌଚାଳୟ ମରାମତି କରି ସାଧାରଣ ଲୋକ ଙ୍କ ସେବା ଯୋଗାଇବା ପାଇଁ  ନିବେଦନ କରିଛନ୍ତି। ସ୍ୱଚ୍ଛ ତା ର ବାର୍ତ୍ତା , ସଫେଇ କାର୍ଯ୍ୟକ୍ରମ ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ହେଉଥିବା ବେଳେ ବ୍ଲକ ମୁଖ୍ୟକର୍ଯ୍ୟାଳୟ ପରିସର ମୁକ୍ତ ଶୌଚାଳୟ ମୁକ୍ତ ହୋଇନଥିବା ଚିନ୍ତା ର ବିଷୟ। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସତ୍ୟ ନାରାୟଣ ମହାପାତ୍ର ଓ ଧ୍ୟାନାନନ୍ଦ ପଣ୍ଡା ସିନିଅର ଫେଲୋସିପ ପାଇଁ ମନୋନୀତ

Sunil Chandra Nayak

ଜୁନାଗଡ଼ ବ୍ଲକ ପିଇଓ ସଂଘର କଳା ବ୍ୟାଚ ପରିଧାନ

Sunil Chandra Nayak

ଅଲ ଓଡିଶା ଆଶା କର୍ମୀ ସଂଘ ବିଭିନ୍ନ ସମସ୍ୟା ନେଇ  ଜିଲ୍ଲାପାଳଙ୍କୁ ଭେଟିଲେ 

masiha

Leave a Comment

error: Content is protected !!