ମ.ରାମପୁର,୨୭/୩ମସୀହା): କଳାହାଣ୍ଡି ମ.ରାମପୁର ବ୍ଲକ୍ ଉର୍ଲାଦାନୀ ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ରେ ଆଜି ଜନ ସଂପର୍କ ଶିବିର ଅନୁଷ୍ଠିତ ହେଇଯାଇଛି ।ଏଥିରେ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ ମୁଖ୍ୟ ଅତିଥିଭାବରେ ଯୋଗଦେଇଥିବା ବେଳେ ସହ କମାଣ୍ଡେଣ୍ଟ ଜି .ନବୀ ଓ ଉର୍ଲାଦାନୀ ସରପଂଚ ସୁପ୍ରିୟା ମାଝୀ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ଏହି ଅବସରର ଦୁଇଟି ଶିକ୍ଷାନୁଷ୍ଠାନକୁ କ୍ରୀଡ଼ା ସାମଗ୍ରୀ ଓ ଅନ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ବଂଟନ କରାଯାଇଥିଲା । ଏଥିରେ ଉର୍ଲଦାନୀ ପଂଚାୟତର ବିଭିନ୍ନ ଗ୍ରାମରୁ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ ।