ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଜୁନିୟର ରେଡ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ ଶିବିର

ବିଶ୍ୱ ଭାତୃତ୍ୱ ଗଠନ କରିବାରେ ରେଡ କ୍ରସର ଭୂମିକା ଗୁରୁତ୍ୱ ପୂର୍ଣ୍ – ମନ୍ତ୍ରୀ

ଜେ ଆର ସି ପକ୍ଷରୁ ସ୍ମରଣିକା ଉନ୍ମୋଚନ 

  ମୟୂରଭଞ୍ଜ- (ମସିହା)- ୨୬/୩ ଜିଲ୍ଲା ସ୍ତରୀୟ ଜୁନିୟର ରେଡ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ ଶିବିର 3 ଦିନ ଧରି ବହଳଦା ବ୍ଲକ ଝରାଡ଼ିହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ଆଲୁମିନି ସଭାପତି ଚିତ୍ତ ରଞ୍ଜନ ମଣ୍ଡଳଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ବିଶ୍ୱ ଭାତୃତ୍ୱ ଗଠନ କରିବାରେ ବିଶେଷ କରି ଯୁଦ୍ଧ ସମୟରେ ରେଡ୍ କ୍ରସ୍ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେI ସ୍ୱତନ୍ତ୍ର ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ରାଜ୍ୟ ଉପଦେଷ୍ଟା ଶିଶିର କୁମାର ପରିଜା ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ହେବା ପାଇଁ ରେଡ୍ କ୍ରସର ତାଲିମ୍ ସହିତ ଶିକ୍ଷକ ମାନେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି ମୟୁରଭଞ୍ଜର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ରଖିବା ପାଇଁ ପରାମର୍ଶ ଦେଇଥିଲେI ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ଭଗବତୀ ମିଶ୍ର, ତିରିଂ ବ୍ଲକ ଜିଲ୍ଲା ପରିଷଦ ପରେଶ ଚନ୍ଦ୍ର ମୁଣ୍ଡା ଓ ଜନତା ବସା,ରାଇରଙ୍ଗପୁର ଜିଲ୍ଲା ପରିଷଦ ସଚ୍ଚିଦାନନ୍ଦ ମହାନ୍ତ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ପ୍ରମୁଖ ଯୋଗ ଦେଇ ରେଡ୍ କ୍ରସ୍ ବିଷୟରେ ମତବ୍ୟକ୍ତ କରିଥିଲେI କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଡ଼ ଶଶୀଧର ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଜିଲ୍ଲା ଜୁନିୟର ରେଡ୍ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଅତିଥି ପରିଚୟ ପ୍ରଦନ କରିଥିଲେ I ଜିଲ୍ଲା ଜେ.ଆର.ସି ସମ୍ପାଦକ ତଥା ଆଇପି ଭାଗିରଥି ମଲ୍ଲିକ ବିବରଣୀ ପାଠ କରିଥିଲା ବେଳେ ଶିକ୍ଷକ ସୁବ୍ରତ କୁମାର ପଲେଇ ଧନ୍ୟବାଦ ପ୍ରଦାନ କରିଥିଲେ Iସୁନ୍ଦର ଆତିଥ୍ୟତା ପାଇଁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ପାଣିଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେI ଏଥିରେ ସାଧନ କର୍ମୀ ଉମାକାନ୍ତ ବେହେରା, ବାମନ ଚରଣ ମହାନ୍ତି, ଡ଼ ରମାକାନ୍ତ ମହାନ୍ତ, ଫାଷ୍ଟଟେଡ଼ର ସତ୍ୟ ନାରାୟଣ ଦାସ, ଡ଼ ଦିଲ୍ଲୀପ କୁମାର ଭୋଇ, ଚିତ୍ତ ରଞ୍ଜନ ପଳତା,ବିନ୍ଦୁ ରେଖା ପାତ୍ର, ବରିଷ୍ଠ ସଦସ୍ୟ ନିମାଇଁ ଚାନ୍ଦ ମଣ୍ଡଳ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲାI ଜୁନିୟର ରେଡ କ୍ରସ ସ୍ମୃତି ଉଦେଶ୍ୟରେ ଜେଆରସିଓ ଶ୍ରୀ ପାଣିଙ୍କ ଉଦ୍ୟମରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଓ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ଏକ ସ୍ମରଣିକାକୁ ଉନ୍ମୋଚନ କରାଯାଇଥିଲା Iଏଥିରେ ସିଆରସିସି ରବି ନାରାୟଣ ସେଠୀ,ଆଲୁମିନି ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଅଫିସିଆଲ କେଶବ ବେହେରା, ବିରେନ ଦଳେଇ, ସାଗୀନ ମାଝୀ, ପଙ୍କଜ ବେହେରା, ପ୍ରଦୀପ ଚୌଧୁରୀ, ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, ତପନ କୁମାର ବାରିକ, ମନୋଜ କୁମାର ଜେନା, ଦେବରାଜ ମିଶ୍ର, ସଞ୍ଜୀବ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେI ଶେଷରେ କୃତି ପ୍ରତିଯୋଗୀଙ୍କୁ ମଞ୍ଚାସିନ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେI 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ଲୋକସଭା ଓ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ର ନିର୍ବାଚନ ପରିଚାଳନା ର ତଦାରଖ ପାଇଁ ନବରଙ୍ଗପୁର ରେ ସାଧାରଣ ପର୍ଯ୍ୟବେକ୍ଷକ

masiha

ସାଇ ସତ୍ୟନାରାୟଣ ବ୍ରତ କଲେ ୧୦୮ ଦମ୍ପତି 

Sunil Chandra Nayak

Leave a Comment

error: Content is protected !!