ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ 

ଭବାନୀପାଟଣା ତା ୨୯.୪.୨୦୨୩:ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ-୨୦୨୩ ପାଳନ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କଳାହାଣ୍ଡି ତରଫରୁ ଭବାନୀପାଟଣା ଠାରେ ଆଜି ସକାଳ ୮.୦୦ ଘ ସମୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ହେମନ୍ତ କୁମାର ପ୍ରଧାନ ପତାକା ଦେଖାଇ ଉଦଘାଟନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ମହାବିଦ୍ୟାଳୟର ଛାତ୍ର, ଅଗ୍ରଣୀ ଚାଷୀ, ପଶୁ ପାଳନ ଉଦ୍ୟୋଗି , ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

 ଏହି ଶୋଭାଯାତ୍ରା ସିଡିଭିଓ ଅଫିସ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ପରେ ଭବାନୀପାଟଣା ସ୍ଥିତ ଅମ୍ରାପାଳି କ୍ଲାସିକ ହୋଟେଲର ସଭାଗୃହରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଅଛି । ଏହି ଉତ୍ସବରେ କୃଷି ଭବନ ସଭା ଗୃହ ସିଧା ସଳଖ ପ୍ରସାରଣ ହୋଇଥିଲା । ଉକ୍ତ ପ୍ରସାରଣରେ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ନିର୍ଦ୍ଦେଶକ ପ୍ରାଣୀ ସମ୍ପଦ ବିଭାଗ, ଓଡିଶା ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଯୁକ୍ତ ସୁରେଶ ବସିଷ୍ଠ ଏବଂ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତାଙ୍କ ଅଭିଭାଷଣ ରଖିଥିଲେ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଏହି ଉପଲକ୍ଷେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ଉତ୍ସବରେ ଡା ହେମନ୍ତ କୁମାର ପ୍ରଧାନ ସଭାପତିତ୍ଵ କରିଥିଲେ ଏବଂ ଡା ଧର୍ମାନନ୍ଦ ମହାନ୍ତି, ଉପନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଦୟା ସାଗର ଦୁରିଆ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡ କମଳ ଲୋଚନ ଦାସ ଓ ଅଶୋକ ଚନ୍ଦ୍ର ପଣ୍ଡା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ପ୍ରଭାତ କୁମାର ପରିଡା, ଡ ସୋମ୍ୟ ରଞ୍ଜନ ଦାସ, ଡ ପ୍ରିୟମ୍ବଦା ହୋତା ଓ ଡା ଜୋସନା ରାଣୀ ସିଂ ଏବଂ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ଶୋଭାଯାତ୍ରା ଏବଂ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା ଜିଲ୍ଲା ତାଲିମ ସଂଯୋଜନା ଡା କେଦାରନାଥ ଖମାରି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାରେ ୩୦ ଜଣ ଅଗ୍ରଣୀ ସ୍ଵୟଂ ସାହାହକ ଗୋଷ୍ଠୀ ମହିଳା ଏବଂ ୫୦ ଗୋଟି ଚାଷୀ ଏବଂ ଉଦ୍ୟୋଗୀ ଉପସ୍ଥିତ ଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଡମୁ ଜାନୀ ରହୁଛି ଭଙ୍ଗା ଘରେ କିନ୍ତୁ ଗ୍ରାମୀଣ ଆବାସ ଯୋଜନା ରେକର୍ଡ କହୁଛି ସେ ପ୍ରଧାନ ମନ୍ତ୍ରୀ ଆବାସ ଘର ପାଇ ସାରିଛିିି ? କିଏ ସତ !

Sunil Chandra Nayak

ନବରଙ୍ଗପୁରରେ ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳିତ 

Sunil Chandra Nayak

ମହମ୍ମଦ ଅସଲମ୍ ସ୍ମୃତି ସମାରୋହ ଯୁବ ସାମ୍ବାଦିକା ଶତରୂପା ସାମନ୍ତରାୟ ଙ୍କୁ ରାଜ୍ୟ ସ୍ତରୀୟ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ

Sunil Chandra Nayak

Leave a Comment

error: Content is protected !!