ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିକ୍ସଚର ମେସିନ ରେ ହାତ କଟି ଶ୍ରମିକ ଗୁରୁତର

କଲମପୁର ତା ୩୦.୪ (ମ ନି ସ) କଲମପୁର ଥାନା ଅନ୍ତର୍ଗତ ଚୁରାଗାଁ ଠାରେ ଘଟିଛି ଏକ ଅଘଟଣ। କେନାଲ କାର୍ଯ୍ୟ ରେ ନିୟୋଜିତ ଜନୈକ ଶ୍ରମିକ ଙ୍କ ହାତ ମିକ୍ସଚର ମେସିନ ରେ ଲାଗି ଯାଇ ହାତ କଟି ଯିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁସାରେ ଚୁରାଗାଁ ର ତପନ ରାଉତ ନାମକ ଜନୈକ ଯୁବ ଶ୍ରମିକ ଗାଁ ରେ ମନରେଗା ଯୋଜନାରେ ଚାଲିଥିବା କେନାଲ ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ। ରବିବାର ସିମେଣ୍ଟ କଂକ୍ରିଟ କାମ ଚାଲିଥିଲା । ହଠାତ୍ କୌଣସି କାରଣରୁ ତପନ ମେସିନ ନିକଟରେ ଥିବାବେଳେ ତାର ଅସାବଧାନତା ଯୋଗୁଁ ମେସିନ ଭିତରେ ହାତ‌ ପଶିଯାଇଥିଲା। କେହି କିଛି ଜାଣିବା ପୂର୍ବରୁ ମେସିନ ର ବ୍ଲେଡ ଲାଗି ତପନର ହାତ କଟି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଥିଲା। ପରିବାର ଲୋକ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି।

କଲମପୁର ରୁ ରବୀନ୍ଦ୍ର କୁମାର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଲୋକନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର 

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବ ଲେଖକ ସମ୍ମିଳନୀ” ଅନୁଷ୍ଠିତ

masiha

ସାମ୍ବାଦିକଙ୍କୁ ହତ୍ୟା ଧମକ ପ୍ରତିବାଦ ରେ ଏସପି ଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ସଂଘ

Sunil Chandra Nayak

Leave a Comment

error: Content is protected !!