ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘ ଗଠିତ

ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘ ଗଠିତ

ରାଉରକେଲା: ରାଜ୍ୟ ରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମାନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିଚାଲିଛି, ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଲଡିଂ ଆଣ୍ଡ ଅଦର କନଷ୍ରକସନ ୱେଲଫେୟାର ୱାର୍କର୍ସ ଆକ୍ଟ ଯଦିଓ ଆମ ରାଜ୍ୟ ରେ ୨୦୦୯ ରୁ ଲାଗୁହୋଇଅଛି ଏବଂ ଅତୀତରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁକରାଯାଇ ନିର୍ମାଣ ଶ୍ରମିକ ମାନଙ୍କୁ ସୁବିଧା ଯୋଗାଇ ଦିଆଯାଇଥିଲା ତାହା ମୋଟା ମୋଟି ଭାବରେ ୨୦୧୯ ପରଠାରୁ ଏକ ପ୍ରହସନ ରେ ପରିଣତ ହୋଇଛି ବୋଲି ସେକ୍ଟର ୭ ସିଅର କାର୍ଯ୍ୟାଳୟ ଠାରେ ଆହୁତ ଏକ ବୈଠକରେ ମତ ପ୍ରକାଶ ପାଇଥିଲା । ନିର୍ମାଣ ଶ୍ରମିକ ୱେଲଫେୟାର ବୋର୍ଡ଼, ସରକାରୀ କଳ, ଆଇନ ଏବଂ ସରକାର ଙ୍କ ର ଏ ସମ୍ପର୍କରେ ଥିବା ଆଭିମୁଖ୍ୟ ରେ ତାଳମେଳ ରହୁନଥିବା ରୁ ନିର୍ମାଣ ଶ୍ରମିକ ମାନେ ନିର୍ଯାତିତ ଏବଂ ଶୋଷଣ ର ଶୀକାର ହେଉଛନ୍ତି। ସବୁ ଜିଲ୍ଲା ଅଧିକାରୀ ମାନେ ନିଜ ନିଜର ଢ଼ଂଗରେ ଆଇନ ର ତର୍ଜମା କରୁଥିବାରୁ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ ଠାରୁ ଆରମ୍ଭ କରି ବାର୍ଷିକ ଦେୟ,ବେନିଫିଟ ପ୍ରଦାନ ସବୁ କ୍ଷେତ୍ରରେ ତାରତମ୍ୟ ଦେଖାଦେଉଛି । ଶ୍ରମିକ ମାନେ ହଇରାଣ ହରକତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ଯେଉଁ ଡାଟାବେଶ ସେଣ୍ଟର୍ କୁ ସରକାର ଠିକା ଦେଇଛନ୍ତି ସେ ସଂସ୍ଥା ଆଜି ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଠିକ କରିପାରିନାହିଁ। ସରକାର ଙ୍କ ଏହି କଲ୍ୟାଣକାରୀ ଯୋଜନା ରେ କିଭଳି ଅଧିକ ରୁ ଅଧିକ ନିର୍ମାଣ ଶ୍ରମିକ ଲାଭାନ୍ନିତ ହେବେ ସେଥିପାଇଁ ଶ୍ରମିକ ସଂଗଠନ ମାନଙ୍କୁ ଆଇନଗତ ଭାବରେ ସାମିଲ କରାଯାଇଛି ଏବଂ ଏହି ଯୋଜନାରେ ପାଖାପାଖି ୪୦ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇସାରିଛନ୍ତି‌। ଏତେ ସଫଳତା ସତ୍ବେ ବାସ୍ତବ ଚିତ୍ର ଭିନ୍ନ। ଏହି ଭଳି ଚିତ୍ରପଟ ରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା କିଛି ସଂଗଠନ ମାନଙ୍କର ମିଳିତ ଉଦ୍ୟମରେ ଅବହେଳିତ ଶ୍ରମିକ ମାନଙ୍କୁ ଆଇନ ଅନୁସାରେ ନ୍ୟାୟ ଓ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ସାରା ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ସଂଗଠନ ରାୟଗଡ଼ା, ଗଂଜାମ, ଗଜପତି, ବଲାଙ୍ଗୀର, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା ,ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସମ୍ବଲପୁର, ଢେଙ୍କାନାଳ, ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ଶ୍ରମିକ ନେତା ଲକ୍ଷ୍ମୀଧର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବୈଦ୍ୟନାଥ ଦାସ, ଗୁଣନିଧି ବଳ, ଗୋକୁଳ ମେହେର, ଗଗନ ବିହାରୀ ସାହୁ, ପ୍ରମୋଦ କୁମାର ଦାସ, ହେମନ୍ତ ବେହୁରୀଆ, ବି.ଏନ୍. ମହାପାତ୍ର,ଜଗନ୍ନାଥ ସାହୁ, ସ୍ନେହଲତା ବାରିକ, ରୁଦ୍ରାଣୀ ନାଥ, ଜ୍ଞାନରଞ୍ଜନ ଦାସ, ସୁନନ୍ଦା ନାଥ,ହିତେଦ୍ର ସାହି,ଝୁନୁ ସ୍ବାଇଁ, ଆଦିତ୍ୟ ପଟେଲ, ବୀରେନ୍ଦ୍ର ବାଗ,ମିଲନ ମହନ୍ତ, ଅଶୋକ ଲୋହାର,ପାକିଜା ବେଗମ, ମୋନାଲିସା ଲେଙ୍କା, ରାମଚନ୍ଦ୍ର ବେହେରା,ପ୍ରବାଳ ପାଇକ, ଜେଠୋ ତିର୍କି, ଶିବ ନାରାୟଣ ସିଂ, ମଙ୍ଗଳ ଲୋହାର, ପୂଜା ଖେସ, ସୁଷମା ବରୁଆ, ଦେବନାରାୟଣ ସିଂ, ଦେବେନ୍ଦ୍ର ସାହୁ, ସୁଧାକର ମିଶ୍ରା, ଅଜିତ ଲୁଗୁନ,ପ୍ରତାପ ବଡାଇକ,ଇଶ୍ଵର ଭଞ୍ଜ, ସୁକାନ୍ତ ସ୍ବାଇଁ ,ରବି ରଞ୍ଜନ କୁଜୁର ଆଦି ଆଲୋଚନା ରେ ଭାଗନେଇଥିଲେ। ଆମ ରାଜ୍ୟ ରେ କାମକରୁଥିବା ନିର୍ମାଣ ଶ୍ରମିକ ମାନଙ୍କୁ ନ୍ୟାୟ ଦେବା ଏବଂ ସରକାର ଙ୍କ ଯୋଜନା କୁ ଠିକ ଭାବରେ ଶ୍ରମିକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ରାଜ୍ୟ ସ୍ତରୀୟ ମହାସଂଘ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘ ନାମରେ ଗଠନ କରାଯିବାର ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ କରାଗଲା। ଏହି ମହାସଂଘ ରାଜ୍ୟ ସଂଯୋଜକ ଭାବରେ ଶ୍ରମିକ ନେତା ବୈଦ୍ୟନାଥ ଦାସ ଏବଂ ସହ ସଂଯୋଜକ ଭାବରେ ଶ୍ରମିକ ନେତା ଗୋକୁଳ ମେହେର ଙ୍କୁ ମନୋନୀତ କରାଯିବା ସଂଗେ ସଂଗେ ଯୋଗ ଦେଇଥିବା ସମସ୍ତ ଶ୍ରମିକ ସଂଗଠନ ର ପ୍ରତିନିଧି ମାନଙ୍କୁ ନେଇ ଏକ ୩୦ ଜଣିଆ କମିଟି ଗଠନ କରାଯାଇଛି‌। ଶେଷରେ ରାମଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରାମରେ ପହଂଚି ପାରିଲାନି ଆମ୍ବୁଲାନ୍ସ |ଜମିହୁଡ଼ାରେ ୨କିଲୋମିଟର ଚାଲି ଆମ୍ବୁଲାନ୍ସ ନିକଟରେ ପହଂଚିଲେ ଗର୍ଭବତୀ 

masiha

ଜେ.ଏସ.ଡବ୍ଲୁ ଖଣି ଦୁର୍ନୀତି ବେଳର ଦାୟିତ୍ବବାନ ଖଣି ଅଧିକାରୀ ଏବେ କେଉଁଠି ? ଏବେବି ବିପଦ ଟଳିନି ସକାଳୁ/ସନ୍ଧ୍ୟା ଜେ.ଏସ.ଡବ୍ଲୁ ଲୋକ ଖଣି ବିଭାଗରେ ଘୁରିବୁଲନ୍ତି ମାନ ହ୍ରାସ ପାଇଁ କି?

masiha

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!