ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟାବାଞ୍ଜି ମାଟିର ମହୋତ୍ସବ ଦୃତୀୟ ସନ୍ଧ୍ୟା

କଣ୍ଟାବାଞ୍ଜି ମାଟିର ମହୋତ୍ସବ ଦୃତୀୟ ସନ୍ଧ୍ୟା

କଣ୍ଟାବାଞ୍ଜି,୧୨|୩: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲବାଇ ଖେଳ ପଡ଼ିଆ ଠାରେ ସୋମବାର ଠାରୁ ଚାଳିଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଦୃତୀୟ ଦିନ ରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ, ସମ୍ମାନୀତ ଅତିଥି ଭାବେ କଣ୍ଟାବାଞ୍ଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ମାଟିର ମହୋତ୍ସବ କମିଟିର ସଭାପତି ବ୍ରଜ ଶ୍ୟାମ ଗୁରୁ, ସାମାଜସେବୀ ପୁରନ୍ଦର ବାଗ,ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବଛ ବେହେରା, ମୁରିବାହାଲ ବ୍ଳକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ଆଇନ ପରାମର୍ଶଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, କାର୍ଯ୍ୟକାରିଣୀ ସଦସ୍ଯ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ଉପ ସଭାପତି ନିଶିକାନ୍ତ ମହାପାତ୍ର, ପ୍ରମୁଖ ମଞ୍ଚାସିନ ଥିବା ବେଳେ ଅତିଥି ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ବ୍ରଜ ଶ୍ୟାମ ଗୁରୁ ଅତିଥି ଙ୍କୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ଦିନେଶ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ର କଳା ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ଏ ମାଟି ମହୋତ୍ସବ ମାଧ୍ୟମ ରେ ଏହି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ର ପ୍ରତିଭା ଙ୍କୁ ସାରା ବିଶ୍ବ ଦେଖିବ ବୋଲି ଅତିଥି ମାନେ ତାଙ୍କ ଅବିଭାଷଣ ରେ କହିଥିଲେ। ପରେ ଦିର୍ଘ କିଛି ଦିନ ତଳେ ମାଟିର ମହୋତ୍ସବ କମିଟି ପକ୍ଷରୁ ହୋଇଥିବା ଫଟୋଚିତ୍ର ପ୍ରତିଯୋଗିତା ର ବିଜେତା ଙ୍କୁ ମଞ୍ଚ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହି ପରି ଅଞ୍ଚଳ ଗୌରବ ଆଣିଥିବା ଅନେକ ପ୍ରତିଭା ଙ୍କୁ ଏହି ମଞ୍ଚ ରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପରେ ପ୍ରଚାରକ ରୋହନ କୁମାର ମହତ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିବା ବେଳେ ରାଜ୍ଯ ତଥା ରାଜ୍ଯ ବାହାର ରୁ ଆସିଥିବା କଳାକାର ମାନେ ଦୃଶ୍ଯ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ବିରଞ୍ଚିନାରାୟଣ ଦାସ, ସାଧାରଣ ସମ୍ପାଦକ ମନୋଜ ଦାସ, ଉପ ସଭାପତି ସଂଜୟ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, କୌଲାଶ ଦୀପ, ସହ ସଂପାଦକ ତୁଳସିରାମ ଜଗତ, ଆଶିଷ ଅଗ୍ରୱାଲ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ, କାର୍ଯ୍ଯକାଣୀ ସଦସ୍ଯ ସୋହନ ଗୁରୁ,ସୋମନାଥ ସାହୁ, ସୋନୁ ସତପଥୀ, ମୋହନ ସୁନା, ସତ୍ୟନାରାୟଣ ଅଗ୍ରୱାଲ, କିଶୋର ମାଝୀ,ପପୁ ଜୁଏଡ, ବିମଳ ହାତୀ, ବିଟୁ ସାଙ୍ଘା ସହ ଅନ୍ୟ ସଦସ୍ଯ ମାନେ ଉପସ୍ଥିତ ଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ କେବଳ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଓଡିଶା ପାଇଁ ଗର୍ବ ଓ ଗୌରବ ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା – ମୁଖ୍ୟମନ୍ତ୍ରୀ

masiha

ଅବସରପ୍ରାପ୍ତ ଆର ଏମ ସି କର୍ମଚାରୀ ଓ ପ୍ରସିଦ୍ଧ କଳାକାରଙ୍କ ପରଲୋକ

Sunil Chandra Nayak

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!