ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୋଳ ବିମାନରେ ଦୋଳ ଗୋବିନ୍ଦ

ଦୋଳ ବିମାନରେ ଦୋଳ ଗୋବିନ୍ଦ

ସ୍ଥାନୀୟ ବ୍ରାହ୍ମଣ ସାହି ରାଧକାନ୍ତ ମନ୍ଦିରରେ ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଉତ୍ସବ ମୁଖରିତ ହୋଇ ଉଠିଛି ଉକ୍ତ ଅଞ୍ଚଳ।

ଫଗୁ ଦଶମୀ ଠାରୁ ହୋଲି ପର୍ୟ୍ୟନ୍ତ ଦୋଳ ବିମାନରେ ବିରାଜମାନ କରି ନଗର ପରିକ୍ରମା କରନ୍ତି ଦଳ ଗୋବିନ୍ଦ। ୧୩ତାରିଖ ରୀତିନୀତି ଅନୁସାରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମୋଘା ପୋଡ଼ି ତଥା ହୋଲିକା ଦହନ ପାଳନ କରାଯାଇଥାଏ। ୧୪ତାରିଖରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂତନ ପାଞ୍ଜି ପାଠ ହେବ। ୧୫ତାରିଖରେ ରାଧାକାନ୍ତ ମନ୍ଦିରରେ ହୋଲି ମହା ଆଡ଼ମ୍ବରରେ ପାଳିତ ହୋଇଥାଏ ବୋଲି ସୁଚନା ଦେଇଛନ୍ତି ରାଧାକାନ୍ତ ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ଗୋପିନାଥ ପାଳ। ଫଗୁ ଦଶମୀ ଠାରୁ ପ୍ରତ୍ୟେକ ସନ୍ଧ୍ୟା ସମୟରେ ଧୂପ ଦୀପ ଆଳତୀ ପରେ ଦୋଳ ବିମାନ ଦୋଳ ଗୋବିନ୍ଦ ନଗର ପରିକ୍ରମା କରନ୍ତି। ଦ୍ୱାରେ ଦ୍ୱାରେ ଦୋଳ ଗୋବିନ୍ଦଙ୍କ ଆଳତୀ ଧୂପ ଦୀପ ନବୈଦ୍ୟ ପ୍ରଦାନ କରାଯାଇଥାଏ। ଏଥିସହ ସ୍ଥାନୀୟ ମହିଳା ମାନେ ଖୁସିରେ ସଙ୍କୀର୍ତ୍ତନ କରି ଦୋଳ ଗୋବିନ୍ଦଙ୍କୁ ପରିକ୍ରମା କରାଉଥିବା ଦେଖିବାକୁ ମିଳିଛି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ସେଞ୍ଚୁରିଅନରେ ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ

masiha

ବିନା ଅସ୍ତ୍ରୋପଚାରରେ ଆକାଶ ପେଟରୁ ବାହାରିଲା ଲୁହା କଣ୍ଟା ; ବିଧାୟକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

Sunil Chandra Nayak

Leave a Comment

error: Content is protected !!