ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ  ଧର୍ମଗଡ ଏନଏସି ର”ଟେବୁଲ ଟପ ଏକ୍ସରସାଇଜ” ବୈଠକ

ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ 

ଧର୍ମଗଡ ଏନଏସି ର”ଟେବୁଲ ଟପ ଏକ୍ସରସାଇଜ” ବୈଠକ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟାଳୟର ସଭାଗୃହରେ ଆଗାମୀ ବର୍ଷା ଋତୁ କୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ଏକ ‘ଟେବୁଲ ଟପ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିପର୍ଯ୍ୟୟ ପୂର୍ବରୁ ପରେ ସମ୍ଭାବ୍ୟ ପରିସ୍ଥିତି କୁ କିପରି ମୁକାବିଲା କରାଯିବ ତାହାକୁ ନେଇ ସହରର ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ଵ କରିଥିଲେ। ଏହି ବୈଠକ ରେ ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ସୁମେଶ ନାଏକ, ଥାନା ପ୍ରତିନିଧି, ଗୋଷ୍ଠୀ ପ୍ରାଣୀ ଅଧିକାରୀ, ଏନଏସି ର କନିଷ୍ଠ ଯନ୍ତ୍ରୀ, ଏବିଇଓ ବିଶ୍ୱଜିତ ବେହେରା, ଅଗ୍ନିଶ୍ରମ ଅଧିକାରୀ, ବିଦୁତ୍ ବିଭାଗ ଯନ୍ତ୍ରୀ, ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ, ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜୁନିଅର ଆସିଷ୍ଟାଣ୍ଟ ରବୀନ୍ଦ୍ର ପରିଡ଼ା, ଏମ ଆଇ ଏସ ଆଶିଷ ପଣ୍ଡା, ଗୋଷ୍ଠୀ ସଂଗଠକ ଯଶୋବନ୍ତ ମହାପାତ୍ର, ଟେକ୍ସ କଲେକ୍ଟର ସୁମେଶ୍ୱର୍ ମହାପାତ୍ର ଓ ସହକାରୀ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ଧଙ୍ଗଡା ମାଝୀ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଣୀ ରକ୍ଷା ଲକ୍ଷ୍ମୀବାଇ ଆତ୍ମ ପ୍ରଶିକ୍ଷଣ ଉଦଯାପିତ 

masiha

ଭାବନ୍ଧ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ  ଗ୍ରାମ ବିକାଶର ରୂପରେଖା ପ୍ରସ୍ତୁତିରେ ଜନଭାଗିଦାରିକୁ ଗୁରୁତ୍ୱ 

Sunil Chandra Nayak

ରାଉରକେଲା ଠାରେ ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ସମାବେଶ

masiha

Leave a Comment

error: Content is protected !!