ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାଇରିଆ ନିୟନ୍ତ୍ରଣରେ ପ୍ରଶାସନର ପଦକ୍ଷେପ 

ଡାଇରିଆ ନିୟନ୍ତ୍ରଣରେ ପ୍ରଶାସନର ପଦକ୍ଷେପ 

ଯାଜପୁର ୧୮ ଜୁନ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱ।ବଧାନରେ ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ସରକାରୀ ବେସରକାରୀ ଟିଉବୱେଲ,କୂପ, ପାଇପ ୱାଟର ସପ୍ଲାଏ ଗୁଡ଼ିକୁ ବିଶୋଧନ କରାଯାଉଅଛି।ଏଚ ଟୁ ଏସ କିଟ୍ ମାଧ୍ୟମରେ ଏମ. ବି. କେ ମାନେ ପାନୀୟ ଜଳ କୁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ହଟସ୍ପଟ ଅଞ୍ଚଳ ଏବଂ ଯେଉଁଠାରେ ଏବେ ଡାଇରିଆ କେଶ ବାହାରିବାର ତଥ୍ୟ ଆସୁଛି ଏବଂ ପାଇପ୍ ୱାଟର ସପ୍ଲାଏ ଉପଭୋକ୍ତା ପ୍ରାନ୍ତରେ ଏବଂ ବ୍ୟାସନଗର ପୌରାଞ୍ଚଳ ଓ ଯାଜପୁର ଟାଉନ ପୌରାଞ୍ଚଳରେ ପାନୀୟ ଜଳ ପରୀକ୍ଷା କରୁଛନ୍ତି। ନଦୀ କୂଳରୁ ୧୦୦ ମିଟର ଦୂରତା ମଧ୍ୟରେ ଥିବା ନଳକୂପ, କୂପ ଓ ପାଇପ୍ ୱାଟର ସପ୍ଲାଏ ଟାଙ୍କୀ ଗୁଡ଼ିକର ପାଣି ଏଚ ଟୁଏସ. କିଟ୍ ମାଧ୍ୟମରେ ପରୀକ୍ଷା କରାଯାଉଅଛି।କ୍ଲୋରିନେସନ ପରେ ଯେଉଁଠି ପଜିଟିଭ ବାହାରୁଚି ତାହାକୁ ଚିହ୍ନଟ କରାଯାଇ ସେଠାରେ ଟାଙ୍କୀ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି।ଏହା ସହିତ ଆଶା, ଅଙ୍ଗନୱାଡ଼ି କର୍ମୀ, ଏ. ଏନ. ଏମ., ଏନ. ଜି. ଓ., ମାନଙ୍କ ଦ୍ଵାରା ଓଆରଏସ, ହାଲୋଜିନ ବଟିକା ଇତ୍ୟାଦି ଘରେ ଘରେ ବଣ୍ଟନ କରାଯାଉଛି। ଝାଡ଼ା ବାନ୍ତି ତଥା ଡାଇରିଆ ପ୍ରତି ସତର୍କ ଓ ସଚେତନ ରହିବାକୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ପରାମର୍ଶ ମାଇକ ଓ ସାମାଜିକ ଗଣମାଧ୍ୟମ ଦ୍ଵାରା ବାରମ୍ବାର ସଚେତନ କରାଯାଉଛି। ପାଣିକୁ ଫୁଟାଇ ଛାଣି ପିଇବା, ଘରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟ ଖାଇବା, ଖାଇବା ପୂର୍ବରୁ ସାବୁନ୍ ରେ ଭଲ ଭାବେ ହାତ ଧୋଇବା, ଅସ୍ୱାସ୍ଥ୍ୟକର ପରିବେଶରେ ଥିବା ଦୋକାନ, ଷ୍ଟ୍ରିଟ ଫୁଡ୍, ଫାଷ୍ଟଫୁଡ୍ ନଖାଇବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଫୁଟା ଯାଇଥିବା ୧ ଲିଟର ପାଣିରେ ୧ ଟି (୪ମିମି) ହାଲୋଜିନ ବଟିକା ମିଶାଇ ପିଅନ୍ତୁ । ଖୋଲା ସ୍ଥାନରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବା ସଙ୍ଗେ ସଙ୍ଗେ ସାବୁନ୍ ରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି ଏବଂ ନଦୀ, ନାଳ, ପୋଖରୀ ପାଣି କୁ ବ୍ୟବହାର ନକରିବା ପାଇଁ ଜନସାଧାରଣ ଙ୍କୁ ସଚେତନ କରାଯାଉଛି। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଞ୍ଚଳ ବୁଲି ସମସ୍ତ ବିଷୟ ତଦାରଖ କରୁଛନ୍ତି। ଜିଲ୍ଲାର ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଭିନ୍ନ ବ୍ଲକ ରେ ଜଳ ବିଶୋଧନ ପ୍ରକ୍ରିୟା, ଜଳ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ତଦାରଖ କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ବି. ଡି.ଓ., ତହସିଲଦାର, ଆର୍. ଆଇ., ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ, କର୍ମଚାରୀ ଆଶା, ଅଙ୍ଗନୱାଡ଼ି କର୍ମୀ, ଜନପ୍ରତିନିଧି ମାନେ ଡାଇରିଆ ନିୟନ୍ତ୍ରଣ କାର୍ଯ୍ୟରେ ଲାଗିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଧ୍ୟା 6ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଆଦି ୧୦୪ ଟି ନୂତନ ରୋଗୀ ଆଡମିଟ ହୋଇଥିବା ବେଳେ ୯ ଜଣଙ୍କୁ ରେଫର୍ କରାଯାଇଛି। ସୁସ୍ଥ ହେବା ପରେ ୧୧୨ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଚିକିତ୍ସାଳୟରେ ମୋଟ ୧୭୪ ଜଣ ଚିକିତ୍ସିତ ହେଉଛନ୍ତି।ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାପାଳ ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲପାଳ, ମୁଖ୍ୟ ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ,ବି ଡ଼ି ଓ, ତହସିଲଦାର, ମେଡିକାଲ ଅଫିସର ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ସମୀକ୍ଷା କରୁଛନ୍ତି।

 

Related posts

ମହାମହିମ ରାଷ୍ଟ୍ରପତିଙ୍କ ତୃତୀୟ ଥର ମୟୂରଭଞ୍ଜ ଗସ୍ତରେ ପ୍ରଥମ ଥର ଜନ୍ମ ମାଟିକୁ ଗସ୍ତ ନେଇ ଚଳ ଚଞ୍ଚଳ ଉପରବେଡା ଗାଁ ସମେତ ରାଇରଙ୍ଗପୁର ସହର 

masiha

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଘରୋଇ ସ୍କୁଲ ସଂଘ ର ଦାବିପତ୍ର

Sunil Chandra Nayak

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରୀଛାତ୍ର ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!