ଆମ ପୁଲିସ ର ସଚେତନତା ବୈଠକ
ରାଉରକେଲା: ସେକ୍ଟର ୧୯ ଥାନା ପକ୍ଷରୁ ଏକ ଏକ ସଚେତନତା ବୈଠକ ଇସ୍ପାତ ମାର୍କେଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୁଲିସ, ଜନସାଧାରଣ ଓ ଦୋକାନୀ ଭାଇଙ୍କ ମଧ୍ୟରେ ସମନ୍ୱୟ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା, ଅସାମାଜିକ ତତ୍ତ୍ବଙ୍କ ସମ୍ପର୍କରେ ସୂଚନା, ମାର୍କେଟ ଅଞ୍ଚଳରେ ବିଭିନ୍ନ ସମସ୍ୟା, ଟ୍ରାଫିକ ସମସ୍ୟା ଓ ଟ୍ରାଫିକ ନିୟମ ପାଳନ ତଥା ଆଇନ କାନୁନ ର ବିଭିନ୍ନ ନିୟମ ସମ୍ପର୍କରେ ସୂଚନା ସହ ଭାବର ଆଦାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏଏସଆଇ ମନୋରଞ୍ଜନ ପରିଡା ଓ ଇସ୍ପାତ ମାର୍କେଟ ର ବହୁ ବ୍ୟବସାୟୀ ଭାଇ ଉପସ୍ଥିତ ରହି ନିଜ ନିଜର ମତ ରଖିବା ସହ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିବେ ବୋଲି ମତ ରଖିଥିଲେ । ବୈଠକର ସଫଳତା ପାଇଁ ଥାନା ପ୍ରଭାରୀ ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

