ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାରାମାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ତଦନ୍ତ କଲେ ତିନି ଜଣିଆ ବିଭାଗୀୟ କମିଟି ।କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା

 ହାରାମାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ,

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ତଦନ୍ତ କଲେ ତିନି ଜଣିଆ ବିଭାଗୀୟ କମିଟି ।କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା

କଳାହାଣ୍ଡି,୧୮/୧୨ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ହୋଇଛି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଲମପୁର ଶିକ୍ଷା ବିଭାଗର ତିନି ଜଣିଆ କମିଟି ସଂପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସଂପୃକ୍ତ ପ୍ରଧାନଶିକ୍ଷକ ପ୍ରକାଶ ପଣ୍ଡା ଛାତ୍ରୀ ମାନଙ୍କ ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ କରିବା ସହିତ ପରିସ୍ରା ଗଲେ ସେ କୁଆଡ଼େ ଲୁଚିଛପି ଦେଖିଥାନ୍ତି, ଏପରିକି ଅଶୋଭନୀୟ ଭାଷା ସହିତ ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି,ଏପରି ଘଟଣା ଯୋଗୁଁ ଅତିଷ୍ଠ ହୋଇ ଜନୈକା ଅଷ୍ଟମ ଶ୍ରେଣୀ ଛାତ୍ରୀ ପାଠ ଛାଡି ଦେଇଥିବା ତଦନ୍ତ ବେଳେ ଅଭିଯୋଗ ହୋଇଛି, ସେହିଭଳି ସଂପୃକ୍ତ ଶିକ୍ଷକ ଜନୈକା ରୋଷେୟାଣିକୁ ଜାଣିବୁଝି କବାଟ ବନ୍ଧ କରିଦେଇଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି, ଏଠାରେ ରୋଷେଇ ଦାୟିତ୍ବରେ ନିୟୋଜିତ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ରନ୍ଧାଖାଦ୍ୟ ବାବଦର ଟଙ୍କାକୁ ମଧ୍ୟ ସଂପୃକ୍ତ ଶିକ୍ଷକ ଉପରିସ୍ଥ ଅଧିକାରୀ ମାନଙ୍କ ନାମରେ ଆଦାୟ କରି ନେଇ ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି, ସଂପୃକ୍ତ ଶିକ୍ଷକ ଚୁରାଗାଁ,ବୋଦେଲବନ୍ଧ ଓ ଟେମରା ଆଦି ଗ୍ରାମରେ ଅବସ୍ଥାପିତ ଥିବା ବେଳେ ମଧ୍ୟ ଏଭଳି ସଙ୍ଗିନ ଅଭିଯୋଗ ହୋଇଥିଲା ବୋଲି ଗ୍ରାମବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି,ଏଥିପାଇଁ ସେ ସହି ବିଦ୍ୟାଳୟ ମାନଙ୍କରୁ ତଡା ଖାଇଥିବା ମଧ୍ୟ ଗ୍ରାମବାସୀ ମାନେ କହିଥିଲେ, ଏମିତି ଏକ ସଙ୍ଗିନ ଅଭିଯୋଗ ଶୁଣାଯାଇଥିଲା ଯେ ଯାହାକି ହୃଦୟକୁ ବିଚଳିତ କରିଥିଲା, ସଂପୃକ୍ତ ଶିକ୍ଷକ କୁଆଡ଼େ ବୋଦେଲବନ୍ଧରେ ଅବସ୍ଥାପିତ ରହିଥିବା ବେଳେ ଜନୈକା କୁନିଛାତ୍ରୀଙ୍କ ଗୁପ୍ତାଙ୍ଗରେ ଆଙ୍ଗୁଳି ଗେଞ୍ଜି ଦେଇଥିବାରୁ ସଂପୃକ୍ତ ଛାତ୍ରୀ ମୁମୁର୍ଷୁ ହୋଇ ପଡିଥିଲା,ଯଦି ଏହା ସତ ତେବେ ଏଭଳି ଚରିତ୍ର ସ୍ଖଳନ ବ୍ୟକ୍ତିଙ୍କୁ କାହିଁକି ଶିକ୍ଷା ଭଳି ପବିତ୍ର ଅନୁଷ୍ଠାନରେ ରଖା ଯାଇଛି ତାହା ହିଁ ବଡପ୍ରଶ୍ନ, ଅନ୍ୟପଟେ ବିଦ୍ୟାଳୟର ସଭାପତି ଓ ଉପସଭାପତି ଘଟଣା ସଂପର୍କରେ ଜାଣିନଥିବା ପ୍ରକାଶ କରିବାରୁ ଘଟଣା ରହସ୍ୟାବୃତ୍ତ ହୋଇଛି, କିଛି ଅଧସ୍ତନ ଶିକ୍ଷକ ମଧ୍ୟ ପଦବୀ ଲାଳସାରେ ଷଡ଼ଯନ୍ତ୍ର ଭିଆଇ ଥିବା ଘଟଣାକୁ ଏଡାଇ ଦିଆଯାଇନପାରେ ବୋଲି ମଧ୍ୟ ମଧ୍ୟ ଉପସ୍ଥିତ ଲୋକେ ଟୁପୁରୁଟାପୁରୁ ହୋଇଥିଲେ,ତଦନ୍ତକାରୀ ଦଳରେ କଲମପୁର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ମେହେର,ବେଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀ ସଞ୍ଜୁକ୍ତା ମୁଣ୍ଡ ରହିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି,ଉପସଭାନେତ୍ରୀ, ବିଦ୍ୟାଳୟର ଛାତ୍ରୀ, ଅଭିଯୋଗ କର୍ତ୍ତା, ସଂପୃକ୍ତ ଶିକ୍ଷକ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଓ ରୋଷେୟାଣୀକୁ ତଦନ୍ତ ପରିସରଭୁକ୍ତ କରିଥିଲେ, ତଦନ୍ତ ସମୟରେ ପ୍ରାୟତଃ ସମସ୍ତେ ଘଟଣା ସଂପର୍କରେ ଡରିମରି ଘଟଣାରେ ସତ୍ୟତା ଥିବା ପ୍ରକାଶ କରିଥିବା ବେଳେ ସଂପୃକ୍ତ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ବିଗତ ଓ ବର୍ତ୍ତମାନର କାରନାମାକୁ ନେଇ ନିୟୋଜିତ ମହିଳା ସ୍ଵୟଂସହାୟକ ଗୋଷ୍ଠୀ,ରୋଷେୟାଣୀ ଓ କାର୍ଯ୍ୟରତ ଶିକ୍ଷୟିତ୍ରୀ ମାନେ ନିଜକୁ ସର୍ବଦା ଅସହଜ ମନେ କରି ଆସୁଛନ୍ତି, ଏହି ରିପୋର୍ଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବା ପରେ ଜିଲ୍ଲାପାଳଙ୍କୁ ଅବଗତି ନିମନ୍ତେ ପ୍ରେରଣ କରାଯିବ ବୋଲି ତଦନ୍ତକାରୀ ଦଳ ପ୍ରକାଶ କରିଛନ୍ତି, ତଦନ୍ତ ଚାଲିଥିବାରୁ ପ୍ରଭାବିତ ଆଶଙ୍କାରେ ତଦନ୍ତକାରୀ ଦଳ ସବିଶେଷ ବିବରଣୀ ପ୍ରଦାନ କରିବାକୁ ମନା କରି ଦେଇଥିବା ବେଳେ ଜିଲ୍ଲାପାଳ ପାଖରେ ରିପୋର୍ଟ ପହଞ୍ଚିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଆଗାମୀ ଦିନରେ ଜଣାପଡିବ,।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ରାଜ୍ୟର ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ  ସୁଧୀର ପଣ୍ଡା ପାଇଲେ ରାଜ୍ୟପାଳ ପୁରସ୍କାର

masiha

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ;୯୩ ଟି ଅଭିଯୋଗ ପଂଜିକୃତ,୨ ଜଣଙ୍କୁ ସ୍ଵାସ୍ଥ୍ୟଗତ ଆର୍ଥିକ ସହାୟତା 

masiha

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

masiha

Leave a Comment

error: Content is protected !!