ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଲେଙ୍ଗାନା ରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା,ଗାଁରେ ପହଞ୍ଚିଲା…. ଶବ ବଇନା ଟଙ୍କା ପାଇଁ ବନ୍ଧାପଡିଛନ୍ତି ବୃଦ୍ଧ

ତେଲେଙ୍ଗାନା ରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା,ଗାଁରେ ପହଞ୍ଚିଲା…. ଶବ ବଇନା ଟଙ୍କା ପାଇଁ ବନ୍ଧାପଡିଛନ୍ତି ବୃଦ୍ଧ

ଅଧୁରା ରହିଗଲା ବାଇକ କିଣିବା ଆଶା 
ଲକ୍ଷାଧିକ ଟଙ୍କା ଦେଇ ପରିବାର ମୁହଁ ବନ୍ଦ କରିଦେଲା ଗୋପ ସର୍ଦାର 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଂଚଳ କୁ ପୁଣିଜଣେ ଦାଦନ ଶ୍ରମିକ ର ମୃତ୍ୟୁ ଘଟିଛି, ମୃତକ ହେଉଛନ୍ତି ଖପ୍ରାଖୋଲ ବ୍ଲକ ଲୁହାସିଂହା ପଂଚାୟତ ଟେଂଗେରାପଥର ଗାଁର ବନମାଳୀ ବରିହା (21) |ସେ 10 ଦିନ ତଳେ ଦାଦନ ଖଟିବାକୁ ଯାଇଥିବା ବେଳେ ଗତ ରବିବାର ତାଙ୍କ ମୃତ୍ୟୁ ଘଟିଛି |ଦାଦନ ସର୍ଦାର ଙ୍କ ନିର୍ଯାତନା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପରିବା ଲୋକ ଅଭିଯୋଗ କରିଛନ୍ତି |ଅନ୍ୟପଟେ ମୃତ ଦେହ ଆଜି ଗାଁରେ ପହଞ୍ଚିଥିବା ବେଳେ ସାଙ୍ଗରେ ଯାଇଥିବା ବୃଦ୍ଧ ମହିନ୍ଦ୍ରା ବରିହା କୁ ଅଟକ ରହିଛି ଇଟାଭାଟି ମାଲିକ |ଯାହାକୁ ନେଇ ପରିବା ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସର୍ଦାର ପରିବାର ଲୋକଙ୍କୁ ଲକ୍ଷାଧିକ ଟଙ୍କା ଦେଇ ମୁହଁବନ୍ଧ କରିଦେଇଥିବା ଅଭିଯୋଗ ହେଉଛି |ଯାହାକୁ ନେଇ ଘଟଣା ର ଉଚ୍ଚତର ତଦନ୍ତ ର ଆବଶ୍ୟକତା ରହିଛି |ପ୍ରାପ୍ତ ସୂଚନା ମତେ ବେଲପଡା ଥାନା କାନ୍ଧେନଝୁଲା ଗାଁର ଦାଦନ ସର୍ଦାର ଗୋପ ଙ୍କ ଜରିଆରେ ଟେଂଗେରାପଥର ଗାଁର ହାଡୁ ବରିହା, ସ୍ତ୍ରୀ ପୂର୍ଣ୍ଣମୀ ବରିହା, କୁନିଝିଅ ରଞ୍ଜୁ ବରିହା, ଏବଂ ପୁରୁରା ବନମାଳୀ ଓ ବୁକାଝୁଲା ଗାଁର ସମ୍ପର୍କୀୟମାମୁ ମହିନ୍ଦ୍ରା ବରିହା ଗତ ଦୁଇମାସ ତଳେ ସିକିନ୍ଦ୍ରାବାଦ ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ |ମୁଣ୍ଡପିଛା 45 ହଜାର ବାଇନା ନେଇ ମୋଟ 1ଲକ୍ଷ 50 ହଜାର ଟଙ୍କା ନେଇଥିଲେ ସାଙ୍ଗରେ ଯାଇଥିବା ବନମାଳୀ ବାଇକ କିଣିବାକୁ ଟଙ୍କା ର ଆବଶ୍ୟକତା ଥିବାରୁ ସେ ଗତ 10 ଦିନ ତଳେ ଦାଦନ ଖଟିବାକୁ ଯାଇଥିଲେ |ସେଠାରେ ଦାଦନ ସର୍ଦାର ଙ୍କ ନିର୍ଯାତନା ଏବଂ ଅତ୍ୟଧିକ କାମ ଯୋଗୁଁ ଗତ ରବିବାର ମୃତ୍ୟୁ ଘଟିଥିଲା |ମାଲିକ ଶବ କୁ ପୋଡିଦେବା ପାଇଁ ପରିବାର ଉପରେ ଚାପ ପକାଉଥିବା ବେଳେ ଘରକୁ ଆଣିବାକୁ ଜିଡ଼ କରିଥିଲେ କକା କାକି |ପରେ ତୁମେ ସବୁ ଗାଁ କୁ ଚାଲିଗଲେ ଆଉ କିଏ ଏଥି କାମ କରିବ ସେଥିପାଇଁ ସାଙ୍ଗରେ ଆସିଥିବା ମହିନ୍ଦ୍ରା କୁ ଏଠାରେ ବନ୍ଧକ ଦେଇ ତୁମେ ଶବ ନେଇ ଗାଁ କୁ ଯାଅ ବୋଲି ଇତାଭାତି ମାଲିକ ଧମକ ଚମକ ଦେବାରୁ ଡରିଯାଇ ଗାଁ କୁ ଫେରୁଛନ୍ତି ଶ୍ରମିକ |ଆଜି ଶବ ଗାଁ ଫେରିବା ପରେ ସର୍ଦାର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଲରମ୍ଭା ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର କିନ୍ତୁ କିଛି ଟଙ୍କା ଦେଇ ପରିବାର ମୁହଁ ବନ୍ଧ କରିଦେଇଥିବା ଆଲୋଚନା ହେଉଛି |ଏବେ ମାଲିକ ପାଖରେ ବନ୍ଧକ ଥିବା ବୃଦ୍ଧ ଅବସ୍ଥା କେମିତି ଥିବ କିଏ ତାଙ୍କ କଥା ବୁଝିବା ତାକୁନେଇ ଅନେକ ଆଶଙ୍କା |ଦାନା ପାଇଁ ଦାଦନ ଯାଇଥିବା ପରିବାର ଏବେ ଭେଣ୍ଡିଆ ପୁଅ କୁ ହରାଇ ଭାଙ୍ଗି ପଡିଛନ୍ତି |ଏ ଦିଗରେ ତୁରନ୍ତ ଜିଲ୍ଲା ଏସପି ପଦକ୍ଷେପ ନେଇ ସମ୍ପୃକ୍ତ ଦାଦନ ସର୍ଦାର ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସମଗ୍ର ଶିକ୍ଷା ପକ୍ଷରୁ ଢେଙ୍କାନାଳ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ସ୍କୁଲ୍ ସମୂହର ଏକଦିବସୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ଅଧିନରେ ସ୍ଥାୟୀ ଜୀବିକା ସହ ୫୪୦୦ରୁ ଅଧିକ ପରିବାରକୁ ସଶକ୍ତ କରିଛି ଡାଲମିଆ ସିମେଂଟର ରାଜଗାଙ୍ଗପୁର ପ୍ଲାଂଟ

Sunil Chandra Nayak

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ଶୁଭ ପ୍ରବେଶ ଓ କାର୍ଯ୍ୟଭାର ଗ୍ରହଣ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ଉପସ୍ଥିତିରେ ବୈଠକ

Sunil Chandra Nayak

Leave a Comment

error: Content is protected !!