ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା: ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା

କର୍ଲାମୁଣ୍ଡା: ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା

 କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଜନ ପ୍ରତିନିଧି, ଆଦିବାସୀ ସଂଘ ଓ ବୁଦ୍ଧିଜୀବୀ ସୋମବାର ବ୍ଲକର ଦୁଇଟି ଗେଟ୍‌କୁ ତାଲା ପକାଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଧାରଣାରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଜିଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ରିଞ୍ଜା ସମିତି ସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧିର ଭୋଇ,ରାଜପୁର ସମିତି ସଭ୍ୟ ନିରୂପମା ଭୋଇ, ସାପଲହରା ସମିତି ସଭ୍ୟ ଶାନ୍ତି ଭୋଇ,ତେରେସିଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା, ରେଗଡା ସମିତି ସଭ୍ୟ ଗେଲ କମ୍ପ ଯୋଗ ଦେଇଥିଲେ। ସେହିପରି ଆଦିବାସୀ ନେତା ଦୟା ସାଗର ମାଝୀ, ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟା ତଥା ମିଶନ ଶକ୍ତି ବ୍ଲକ ଫେଡରେଶନ ସଭାନେତ୍ରୀ ଜୟନ୍ତୀ ସାହୁ, ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ତେବେ ପୂର୍ବତନ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨/୧୦/୨୦୨୨ ରୁ ୩୧/୧/୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିବା ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଜନ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏଣୁ ସେ ସମୟରେ ତତ୍କାଳୀନ ୫ ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୁଗ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ବ୍ୟାପକ ଦୁର୍ନୀତି ହେବା ସହ ସେ ଏକଛତ୍ରବାଦ ଶାସନ କରି ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରୁଥିଲେ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି। ଧାରଣାସ୍ଥଳରେ ତହସିଲଦାର ଅରୁଣ ବର୍ଗେ, କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲ, ମ. ରାମପୁର ଥାନା ଅଧିକାରୀ ବିରବର ଭଗତ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା, ରିଷିଡା ଫାଣ୍ଡି ଅଧିକାରୀ ମନୁଆଁ ବିଡିକା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ହେଁ ଖବର ଲେଖା ପର୍ଯ୍ୟନ୍ତ ଧାରଣା ଜାରି ରହିଥିବା ଦେଖିବାକୁ ମିଳିଛି। ଆଦିବାସୀମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ତଥା ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭା ଯାତ୍ରାରେ ଆସି ଧାରଣାସ୍ଥଳରେ ପହଞ୍ଚିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଳିକା ଆତ୍ମରକ୍ଷା ଶିବିର ଉଦଯାପିତ

Sunil Chandra Nayak

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ନଥିବାରୁ ଛାତ୍ରଛାତ୍ରୀ ପ୍ରମାଣ ପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି 

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ

masiha

Leave a Comment

error: Content is protected !!