ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲଚୁରୀ କଳାର ସେନା ପକ୍ଷରୁ ସାମାଜିକ ସଂସ୍କାର ଆଲୋଚନା ଚକ୍ର ଅନୁଷ୍ଠିତ 

କୋକସରା,୧/୦୪ – କଳାହାଣ୍ଡି ଜିଲ୍ଲା କଲଚୁରୀ କଲାର ସେନା ପକ୍ଷରୁ ଶୁକ୍ରବାର କୋକସରା ବ୍ଲକ ଗୋତୋମୁଣ୍ଡା ଧାନମଣ୍ଡି ପ୍ରାଙ୍ଗଣରେ ସାମାଜିକ ସଂସ୍କାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲଚୁରି କଳାର ସେନା ସଭାପତି ଚୁଡାମଣି ନାଏକଙ୍କ ସଭାପତିତ୍ୱରେ ,ମଞ୍ଚ ପରିଚାଳନା କରିଥିଲେ କଳିଙ୍ଗ କଳଚୁରୀ କଲାର ସେନା ପ୍ରଦେଶ ସଂଯୋଜକ ବିରେଞ୍ଜନ ନାଏକ, ସମ୍ପାଦକ ଭାରତ ବିଶି, ଉପ ସଭପତି ପୂର୍ଣ୍ଣଚନ୍ଦ୍ର ନାଏକ, ସହ ସମ୍ପାଦକ ବାଳକୃଷ୍ଣ ବିଶି, କୋଷାଧ୍ୟକ୍ଷ ହେମନ୍ତ ବିଶି ବରିଷ୍ଠ ସଦସ୍ୟ , ଧନୁର୍ଜୟ ବିଶି,ନରେନ୍ଦ୍ର ବିଷି ,ଶିକ୍ଷାବିତ ଜନ୍ମେଜୟ ବିଶି , ସୋମନାଥ ବିଶି, ନରସିଂହ ବିଶି,ନିଲମ୍ବର ନାଏକ,ସିମାଞ୍ଚଲ ନାଏକ, ଛତିଶଗଡ ଦେଓଭୋଗ ଅଞ୍ଚଳରୁ ଗଜାନନ୍ଦ ସିହ୍ନା,ଳକ୍ଷ୍ମଣ ସିହ୍ନା ପ୍ରମୁଖ ଉପସ୍ଥିତ ରହିଥିଲେ।ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସମାଜର ଆଇନ ପ୍ରଣୟନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସମାଜ ର ଆଇନ ପ୍ରଣୟନ କରି ସ୍ବଚ୍ଛତା ଆଣିବା ସହ ,ଆଗାମୀ ଦିନରେ ସମାଜକୁ ମୁଖ୍ୟ ସ୍ରୋତକୁ ଆଣିବାକୁ କଳଚୁରି କଳାର ସେନା ସଂଗ୍ରାମ ଜାରି ରହିବା ନେଇ ସମସ୍ତେ ଶପଥ ନେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂଖ୍ୟକ କର୍ମକର୍ତ୍ତା ବୈଠକରେ ଅଂଶଗ୍ରହଣ କରି ଆଲୋଚନା ଚକ୍ରରେ ଭାଗ ନେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ସମ୍ବିଧାନ ଦିବସ ଉପଲକ୍ଷେ ପଦଯାତ୍ରା

masiha

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା 

ଗାଁ ମଙ୍ଗଳ ପାଇଁ ଆଦିବାସୀଙ୍କ ଧନ ଲଷ୍ମୀ ପୂଜା ପାଳନ ହୋଇଯାଇଛି 

Sunil Chandra Nayak

Leave a Comment

error: Content is protected !!