ପାପଡାହାଣ୍ଡି,1/4, ମନିସ — ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ କନେଷ୍ଟବଲରେ ସମ୍ମାନିତ ହେଲେ ପାପଡାହାଣ୍ଡିର ସନ୍ତୋଷ ନାୟକ | ରାଜ୍ୟ ସ୍ତରରେ ସର୍ବଶ୍ରେଷ୍ଟ ଓଆର କନେଷ୍ଟେବଲରେ ତାଙ୍କୁ ସମ୍ମାନିତ କରାଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ଡିଜି ତାଙ୍କୁ ପୁରସ୍କୃତ କରିଛନ୍ତି | ଏହି ପୁରସ୍କାର ପାଇ ସନ୍ତୋଷ ପାପଡାହାଣ୍ଡି ପାଇଁ ଗୌରବ ଆଣିଛନ୍ତି | ପୂର୍ବରୁ ବି ସେ ଏହି ସମ୍ମାନ ପାଇଥିଲେ | ସେ ବର୍ତମାନ ନବରଙ୍ଗପୁର ଏସପି କାର୍ଯ୍ୟାଳୟରେ କାମ କରୁଛନ୍ତି | ଖବର ପ୍ରକାଶ ପାଇବା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି |