ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ବ୍ଳକରେ ଧାନ ମଣ୍ଡି ଉଦଘାଟିତ

ଡ଼ାବୁଗାଁ ବ୍ଳକରେ ଧାନ ମଣ୍ଡି ଉଦଘାଟିତ

ଡ଼ାବୁଗାଁ ,୧୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକର ଡ଼ାବୁଗାଁ ହାଟପଦା ଠାରେ ଧାନ ମଣ୍ଡି ବୁଧବାର ଉଦଘାଟିତ ହୋଇଯାଇଛି। ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ବିଣା ମାଝୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍ରା. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଡ଼ାବୁଗାଁ ତହସିଲଦାର ସଦାଶିବ ଭତ୍ରା, ଡ଼ାବୁଗାଁ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡ଼ାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ସମସ୍ତ ସରପଞ୍ଚ ଏବଂ ଡ଼ାବୁଗାଁ ବ୍ଲକ୍ ର ସମସ୍ତ ମିଲର ମାନେ, ଡାବୁଗାଁ ଲ୍ୟାମ୍ପ ଏମ ଡି ହରିବନ୍ଧୁ ମିର୍ଗାନ, ଆର ଏମ ସି ସୁପରଭାଇଜର ଓ ୨୦୦ ରୁ ଉର୍ଦ୍ଧ୍ବ ଚାଷୀ ମାନେ ଉପସ୍ଥିତ ଥିଲେ । ମଙ୍ଗଳବାର , ବୁଧବାର ଦିନ ଡ଼ାବୁଗାଁ ରେ ଧାନ କ୍ରୟ କରାଯିବା ବେଳେ ସୋମବାର, ଶୁକ୍ରବାର, ଶନିବାର ଜୁନାପାଣି ଠାରେ ଧାନ କ୍ରୟ କରାଯିବ । ସେହିପରି ସାଧାରଣ ଧାନ କ୍ୟୁଟେଲ ପିଛା ୨୧୮୩ ଟଙ୍କା ରେ କ୍ରୟ କରାଯିବ । କଛି ଚାଷୀ ଙ୍କ ନିକଟରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ଚାଷୀଙ୍କ ମୋବାଇଲରେ ଅନ ଲାଇନ ରେ ଆସିଥିବା ସୂଚନା ମିଳିଛି।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଦ୍ୟାଳୟ ର ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବୈଠକ

Sunil Chandra Nayak

ଏମଏସଏମଇ ର ଜାତୀୟ କର୍ମଶାଳା 

Sunil Chandra Nayak

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

Sunil Chandra Nayak

Leave a Comment

error: Content is protected !!