ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଲା କୋକସରା ଠାରୁ ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ

କୋକସରା,୧/୦୪- ପବିତ୍ର ଶ୍ରୀରାମ ନବମୀ ପାଇଁ ଗାଁ ଠୁ ସହର ରାମ ଧ୍ଵନିରେ ପ୍ରକମ୍ପିତ ହୋଇଛି। କୋକସରା ବ୍ଲକ ସଦର କୋକସରା ଶ୍ରୀରାମ ସେନା ପକ୍ଷରୁ କୋକସରା ଠାରୁ ଗୁଡହାଣ୍ଡି ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ କ୍ଷେତ୍ର ପର୍ଯ୍ୟନ୍ତ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ଅବସରରେ ବିଶାଳ ବାଇକ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ସେନାର ଶତାଧିକ ଯୁବକ ଗୋଷ୍ଠି କୋକସରା ଜଗନ୍ନାଥ ମନ୍ଦିରରୁ ବାହାରି କାଉଡୋଳା, ଲଡୁଗାଁ, ଆମପାଣି ଦେଇ ଜୟ ଶ୍ରୀରାମ ଧ୍ଵନି ଦେଇ ବିରାଟ ପଟୁଆରରେ ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥରେ ପହଞ୍ଚିବା ପରେ ଶ୍ରୀରାମ ସେନା ପଟୁଆରକୁ ଗୁଡାହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଶୋଭାଯାତ୍ରାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଛଗନ ଲାଲ ଶର୍ମା, ଯୁବ ସଙ୍ଗଠକ ମହେଶ କୁମାର ଗୁପ୍ତା, ଜିତାମିତ୍ର ପ୍ରଧାନୀ, କ୍ଷୀରସିନ୍ଧୁ ନେଗି, ମାନସ ବେହେରା, ସମୀର ପ୍ରଧାନୀ, ତପନ ମାଝୀ, ଅଧୁରାଜିତ ନାଏକ, ମୋକ୍ଷ୍ୟରାମ ପ୍ରଧାନୀ, ମୋହନ ରାଉତ, କାମାକ୍ଷ ନାଏକ, ସୁରଜ ନାଏକ, ବିବେକ ଶର୍ମା, ସଞ୍ଜୟ ସିଙ୍ଘଲ, ଅରୁଣ ଅଗ୍ରୱାଲ ସମେତ ଶତାଧିକ ଯୁବକ ମାନେ ସାମିଲ ହୋଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

‘ ମା’ ଆସୁଛନ୍ତି ‘ ୬୫ ବର୍ଷରେ ପଦାର୍ପଣ କଲା ବାଦାମ ପାହାଡ଼ ଷ୍ଟେସନ ବଜାର ଦୁର୍ଗାପୂଜା: ପଶ୍ଚିମବଙ୍ଗର କାରିଗରୀ କଳା ରେ ଏଥର ଝଲସିବେ ମାଁ :

Sunil Chandra Nayak

ଚୁଡ଼ା ପାହାଡ଼ ପାଦଦେଶ ଗଦଲାଝରଣ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିରରେ ମହାଶିବରାତ୍ରି ପାଳିତ

Sunil Chandra Nayak

ଆରମ୍ଭ ହେଲା ଖଣିସହର ବାନେଇକଳାରେ ପ୍ରସିଦ୍ଧ ଗଣେଶ ପୂଜା

masiha

Leave a Comment

error: Content is protected !!