ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

ଡାବୁଗାଁ, ୧୫/୨ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡାବୁଗାଁ ଓ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରରେ ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଡାବୁଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ବିନୋଦ ସଉରା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ,ସାଂସଦ ପ୍ରତିନିଧି ଏମ୍ ଅlପା ରାଓ, ପଞ୍ଚାୟତ ଉପାଧ୍ଯକ୍ଷ ସଦାନନ୍ଦ ନାୟକ,ବିଡିଓ ଶରତ ମାଝୀ, ଡାଃ ଅଶୋକ କୁମାର ବାରିକ,ୱାର୍ଡ ସଭ୍ଯ ରାମ ନିଧି ଗୌଡ (ଚିକିଲି),ରାମଚନ୍ଦ୍ର ମାଝୀ (ଡୁମୁଣିଗୁଡା), ଏନ ଟି ସଉରା (ଡାବୁଗାଁ), ଦେବରାଜ କୁମ୍ଭାର (ଉମୁରାହାଣ୍ଡି) ପଞ୍ଚାୟତ ର ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ କାଳିପଦ କୀର୍ତ୍ତନିଆ ଙ୍କ ସହିତ ପଞ୍ଚାୟତ କର୍ମଚାରୀ ଏବଂ ସମସ୍ତ ଲାଇନ୍ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ l ଶିକ୍ଷା ଉପରେ ସରକାରୀ ଯୋଜନା ଗୁଡିକ ଖୁବ୍ ସୁନ୍ଦର ଭାବେ ଶିକ୍ଷୟତ୍ରୀ ଶୁଭ ସ୍ମିତା ପାଢୀ ବକ୍ତବ୍ୟ ରଖିଥିବା ବେଳେ ସ୍ୱାସ୍ଥ୍ୟ ଉପରେ ଡାଃ ବାରିକ, ଆଇ ସି ଡି ଏସ ଉପରେ ଅଙ୍ଗନବାଡି କର୍ମୀ ରାଇମତି କନ୍ଧପାଣ ନିଜ ନିଜର ବକ୍ତବ୍ୟ ଖୁବ ସୁନ୍ଦର ଭାବେ ବୁଝାଇଥିଲେ l ଡାବୁଗାଁ ରେ ଲୋକ ପ୍ରିୟ ବିଧାୟକ ଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ lସେହିପରି ବୋରିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶୁକ୍ରୁ ଭତ୍ରl ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସମ୍ମାନୀତ ଅତିଥି ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ବିଜେଡି ପଞ୍ଚାୟତ ସଭାପତି ଲଇଖଣ ପନକl, ଏବିଡିଓ ପଦ୍ମନାଭତ୍ରିପାଠୀ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମନାଭ ଭାଲ୍ଲା, ସମିତି ସଭ୍ଯ ରାମ ଦାସ ଗୌଡ, ନାଏବ ସରପଞ୍ଚ ଲଚ୍ଛମନ ସାନ୍ତା,ୱାର୍ଡ ମେମ୍ବର ମାନସିଂ ଭତ୍ରl ଓ ନଳତୀ ଗଣ୍ଡ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ପଞ୍ଚାୟତ ର ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଏବଂ ସମସ୍ତ ଲାଇନ୍ ବିଭାଗ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ l ଯୋଜନା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଇବା ସହ ବିଭିନ୍ନ ଯୋଜନା ନିମନ୍ତେ ହିତାଧିକାରୀ ତାଲିକା, ପ୍ରକଳ୍ପ ତାଲିକା ଏବଂ ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ତାଲିକା ପ୍ରସ୍ତୁତ କରିବା ହେଉଛି ଏଇ କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ଯ l ଦୁଇଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ବିଜେତା ପ୍ରଥମ, ଦ୍ବିତୀୟ, ତୃତୀୟ ଦଳ ପୁରସ୍କାର ପାଇବା ସହ ସମସ୍ତ ଦଳକୁ ସାନ୍ତ୍ଵନା ମୂଳକ ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ଦୁଇଟିପଞ୍ଚାୟତରେ ବେଶ୍ ସୁରୁଖୁରୁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଜମି ମାଫିଆଙ୍କ ଚାଷୀ ମାରଣନୀତି ବିରୁଦ୍ଧରେ ଯୁବ/ଛାତ୍ର କଂଗ୍ରେସ ର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

ବ୍ରହ୍ମlକୁମାରୀଜ ରେ ନବରାତ୍ରି ଉପଲକ୍ଷେ ଆଧ୍ୟାତ୍ମିକ ଚେତନା ଝାଙ୍କି 

masiha

Leave a Comment

error: Content is protected !!