ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧକନା ରେ ଖୋଲିଲା ଧାନ ମଣ୍ଡି

ବନ୍ଧକନା ରେ ଖୋଲିଲା ଧାନ ମଣ୍ଡି

କଲମପୁର 0୩/୧୨/୨୪(ମସିହା) ବନ୍ଧକନା ରେ ଖୋଲିଲା ଧାନ ମଣ୍ଡି । ଔପଚାରିକ ଭାବେ ପ୍ରଶାସନଙ୍କ ଉପସ୍ଥିତିରେ ସୋମବାର ଦିନ ବନ୍ଦକନା ମଣ୍ଡି ଖୋଲାଯାଇଛି। ସଂଗ୍ରହ ପ୍ରକ୍ରିୟା ୨ ତାରିଖରୁ ଔପଚାରିକ ଭାବେ ଆରମ୍ଭ କରିବା ପାଇଁ ଶୁଭାରମ୍ଭ କରିଛନ୍ତି। ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଅମିତ ପଣ୍ଡା ଓ ଯୋଗମାୟା ନାରୀ ସଂଘ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଶ୍ରୀ ସୁସନ୍ତ କୁମାର ରାଉତ ଚାଷୀନେତା ସତ୍ୟବାନ ରାଉତ, ଚାଷୀକମିଟି ର ଉପଦେଷ୍ଟା ନବୀନ କୁମାର ପାଢୀ ,ଭୋଳା ନାଥ ନାଏକ,ରଙ୍ଗା ପାଢ଼ୀ, ସୁଧିର ରଞ୍ଜନ ପାଢ଼ୀ, ଭୀମସେନ ରାଉତ,ଆଲୋକ ରଞ୍ଜନ ଖମାରୀ, ସଞ୍ଜୟ ପଣ୍ଡା, ଦିବ୍ୟରଞ୍ଜନ ପଣ୍ଡ ସମେତ ବହୁ ଚାଷୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରଯାଇଛି।ଚାଷୀଙ୍କ ଟୋକନ ଅନୁଯାୟୀ ସରକାରଙ୍କ ଧାର୍ଯ୍ୟ ଉପରେ ଧାନ ର ଆର୍ଦ୍ରତା ନିର୍ଦ୍ଦିଷ୍ଟ ଶତକଡା ଥିବ ଏବଂ ଏ :ଫେ: କ୍ୟୁ ମାନର ଧାନ ମଣ୍ଡି କୁ ଆଣିବା ପାଇଁ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ,ଯୋଗମମାୟା ନାରୀ ସଂଘ ଓ ଚାଷୀ କୂଲ ମଧ୍ୟରେ ଧାନ ବିକ୍ରି ବ୍ୟବସ୍ଥାକୁ ପାଳନ ପାଇଁ ସଜାଗ ରହିଛନ୍ତି। ଯେଉଁ ଚାଷୀ ମାନଙ୍କ ଧାନ ବିକ୍ରି ପାଇଁ ଟୋକନ ଆସିଛି ସେମାନେ ଧାନ କୁ ଏ ଫେ କ୍ୟୁ କରି ମଣ୍ଡି କୁ ଆଣିଲେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ତଥା ଧାନ ସଂଗ୍ରହର ପ୍ରକ୍ରିୟା ଚାଲୁ ହେଲେ କିଣା ବିକା ହେବ ବୋଲି ମତାମତ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପେକସ୍ କର୍ମଚାରୀ ମାନେ ସହଯୋଗ କରିଥିଲେ। ସେହିଭଳି ବଡକୁଟରୁ ,କଲମପୁରରେ  ମଧ୍ୟ ମଣ୍ଡିର ଶୁଭାରମ୍ଭ କରଯାଇଛି।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ମସିହା ନ୍ୟୁଜ

Related posts

କୋଟର୍ପେଟା ଛକରେ ଆଠ ବର୍ଷ ଧରି ନିତ୍ୟ ତ୍ରିରଙ୍ଗା ଉତ୍ତୋଳନ; ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

୧- ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ  , – ବନ୍ଧୁଗାଁ ବ୍ଲକ ଗସ୍ତରେ ବିଧାୟକ, ନାରାୟଣ ସାଗର ପରିଦର୍ଶନ କଲେ 

Sunil Chandra Nayak

ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!