ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ-୨୦୨୩, ୧୯୪ ଟି ମାମଲା ଫଇସଲା

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧ୍ଵକରଣର ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଓ ରାଜସ୍ବ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୩ର ପ୍ରଥମ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ତା ୧୧.୦୩.୨୦୨୩(ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ଅଧ୍ୟକ୍ଷ, ଶ୍ରୀ ଦିପ୍ତି ରଞନ କାନୁନ୍‌ଗୋ ଓ ସଚିବ ଶ୍ରୀ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧୯୪ ଟି ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୧,୬୪.୫୦, ୪୦୦ ଙ୍କା ପ୍ରଦାନ କରାଯାଇଥିଲା। ତନ୍ମଧ୍ୟରୁ ୨୦ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ.୧,୬୪,୫୦,୪୦୦ ଙ୍କା ପ୍ରଦାନ କରାଯାଇଥିଲା।ସେହିପରି ପାରିବାରିକ ବିବାଦ ଜନିତ ମକଦ୍ଦମା ୨ ଗୋଟି ଫଇସଲା କରାଯାଇଥିଲା। ରାଜସ୍ବ ମକଦ୍ଦମା ୧୭୨ ଟି ଫଇସଲା କରାଯାଇଥିଲା। ଏହି ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ସଦସ୍ୟ ପ୍ରଥମ ମୋଟରଯାନ ଦୁର୍ଘଟଣା ନ୍ୟାୟାଧିକାରୀ ଦିପ୍ତି ରଞନ କାନୁନ୍‌ଗୋ, ପରିବାର ଅଦାଲତ ଜଜ୍, ଲଲିତ କୁମାର ଦାସ,ସିଭିଲ ଜଜ୍(ଏଲଆର-ଏଲଟିଭି) ଶ୍ରୀଦିପ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ ।ଅତିରିକ୍ତ ଜିଲ୍ଲା ଜଜ୍ ଯଦୁମଣି ମିଶ୍ର, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି, ଶ୍ରୀ ସୁଭ ଗୌତମ ମିଶ୍ର, ରେଜିଷ୍ଟାର, ସିଭିଲ କୋଟ ରଶ୍ମୀରେଖା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର ଓ ଉକ୍ତ ଲୋକ ଅଦାଲତରେ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣର ସମସ୍ତ କର୍ମଚାରି ତଥା ଉପସ୍ଥିତ ରହି ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

କଳାହାଣ୍ଡିରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ପ୍ରତିଷ୍ଠା ଦିବସ 

masiha

ବନ୍ଧୁଗାଁ ବ୍ଲକରେ ପ୍ରଥମେ ଲେମନ ଗ୍ରାସ ଚାରା  ଚାଷ ଆରମ୍ଭ କରି ଲୋକଙ୍କ ମୁହଁରେ ହସ ଫୁଟାଇ ଥିବା ଆନ୍ଧ୍ରପ୍ରଦେଶର ଜେ ସୁଧାକର ରେଡ୍ଡୀ ଙ୍କ ହୃଦଘାତ ମୃତ୍ୟୁ

masiha

ବନବିଭାଗ ଦ୍ବାରା ଉଦ୍ଧାର ହେଲା କଲରାପତରିଆ ବାଘ

masiha

Leave a Comment

error: Content is protected !!