ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ବ୍ୟକ୍ତି ଦିବସ ପାଳିତ 

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ବ୍ୟକ୍ତି ଦିବସ ପାଳିତ 

ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ପଞ୍ଚଯାତ ସମିତି ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ବରିଷ୍ଠ ବ୍ୟକ୍ତି ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି , ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର,ବରିଷ୍ଠ ଓକିଲତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ଧର୍ମଗଡ,ମିହିର ରଞ୍ଜନ ପଟ୍ଟଯୋଶୀ, ସଂଯୁକ୍ତା ପଣ୍ଡା, ହରିଶ ଚନ୍ଦ୍ର ବାଗ, ସଭାପତି ବରିଷ୍ଠ ନାଗରିକ କ୍ଳବ ସୁନୀଲ କୁମାର ପାତ୍ର, ବରିଷ୍ଠ ନାଗରିକ ପି. କେ. ପଣ୍ଡା , ତୁଲାରାମ ବାରିକ, ସୁରେଶ ନାଗ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଠ ନାଗରିକ ମାନଙ୍କପାଇଁ ସରକାରଙ୍କ ତରଫରୁ ଦିଆଯାଥିବ ବିଭିନ୍ନ ଯୋଜନା, ବରିଷ୍ଠ ମାନଙ୍କ ପାଇଁ ଅଧିନୀତ ଆଇନ ଉପରେ କହିଥିଲେ। ଏହା ସହିତ ବରିଷ୍ଠ ନାଗରିକ ମାନଙ୍କ ର ସମାଜ ପ୍ରତି ଥିବା ଦାୟିତ୍ଵ ତଥା ଅଧିକାର ଉପରେ ଆଲୋଚନା କରିଥିଲେ । ଏହି ସଭାରେ ଉପସ୍ଥିତ ଅନ୍ୟାୟ ବକ୍ତାମାନେ ମଧ୍ୟ ନିଜ ନିଜ ମନ୍ତବ୍ୟ ଉପସ୍ଥିତ ଶ୍ରୋତା ମାନଙ୍କୁ ପ୍ରଦାନ କରିଥିଲେ । ବରିଷ୍ଠ ଓକିଲ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶ୍ରୀ ସୁନୀଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କ୍ଳବ ର ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ....

Related posts

ପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଧନା ସଭା

Sunil Chandra Nayak

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

ଦୁଇ ନାବାଳିକା ସମେତ ଚାରି ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲେ ସାମାଜିକ କର୍ମୀ

Sunil Chandra Nayak

Leave a Comment

error: Content is protected !!