ରାଇରଙ୍ଗପୁରରେ ‘ମାନାପୁରମ୍ ଗୋଲ୍ଡ ଲୋନ’ଅଫିସରେ ୫ ଦୁବୃର୍ତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ; ସାଇରନ୍ ବାଜିବା ଯୋଗୁଁ ଲୁଟ୍ ଉଦ୍ୟମ ଫସର ଫାଟିଗଲା
ମୟୂରଭଞ୍ଜ – ୦୧/୧୦ ( ମସିହା)ଆସିଗଲା ପାର୍ବଣ ଋତୁ । ଲୁଟେରା ଙ୍କ କଚେ ପୁଅ ବାର୍ ।ସହର , ଦୋକାନ ବଜାର, ବାଣିଜ୍ୟ ପ୍ରତିଷ୍ଠାନ, ବ୍ୟାଙ୍କ ,ଗହଣା ଦୋକାନ ଚଳ ଚଞ୍ଚଳ । ଗ୍ରାହକଙ୍କ ଗହଳ ଚହଳ ବଢ଼ି ଯାଇଛି ।ବିଦେଶ ଫେରନ୍ତା ପୁଅ ନିଜର ସ୍ବ ଅର୍ଜିତ ଧନ ଧରି ଗାଁ ମୁହାଁ ହେଲେଣି । ତେଣୁ ଲୁଟେରା,ଛିନତାଇ ମାନେ ସଂପୁର୍ଣ୍ଣ ଜାଲ ବିଛେଇବା ଆରମ୍ଭ କଲେଣି । ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ବଜାରର ଗାନ୍ଧୀ ଛକ ନିକଟରେ ଥିବା ‘ମାନାପୁରମ ଗୋଲ୍ଡ ଲୋନ’ ସଂସ୍ଥା କାର୍ଯ୍ୟାଳୟରେ ସୋମଵାର ଦିନ ପୂର୍ବାହ୍ନ ୯.୩୦ ଟା ପାଖାପାଖି ସମୟରେ ସଂସ୍ଥାର କର୍ମଚାରୀ ମାନେ କାର୍ଯ୍ୟାଳୟରେ ତାଲା ଖୋଲୁଥିବା ସମୟରେ ୫ ଜଣ ଅଜଣା ଯୁବକ ପହଞ୍ଚି ସେମାନଙ୍କୁ ମାରାଣାସ୍ତ୍ର ଦେଖାଇବା ସହ ଭୟଭୀତ କରାଇ ମାରପାଟ କରି ଲୁଟ୍ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହଠାତ୍ ଅଫିସର ସାଇରନ୍ ବାଜି ଯିବାରୁ ଦୁବୃର୍ତ୍ତ ମାନେ ଦୃତ ଗତିରେ ପାହାଡ଼ରୁ ଓହ୍ଲାଇ ବାଇକ୍ ଯୋଗେ ଖସି ପଳାଇଥିଲେ ।ଖବର ପାଇ ଟାଉନଥାନା ଅଧିକାରୀ ସୁନ୍ଦର ମହାଳିକ ଓ ତାଙ୍କ ଟିମ୍ ପହଞ୍ଚି ଛାନଭିନ କରିଥିଲେ । ସଂସ୍ଥାର କର୍ମଚାରୀ ସୌମେନ୍ଦ୍ର ପଣ୍ଡାଙ୍କ ଥାନାରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା କେଶ ନମ୍ବର ୨୮୬/୨୪ ରୁଜୁ କରି ତଦନ୍ତକୁ ଜୋରଦାର କରିଛି ।