ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

ରାଉରକେଲା: ଇସ୍ପାତ ସହର ରାଉରକେଲାର ଭଞ୍ଜ ଭବନ ପରିସରରେ ଆୟୋଜିତ ଇଣ୍ଟରନେସନାଲ ହ୍ୟୁମାନ ରାଇଟସ୍ କାଉନସିଲ ର ପ୍ରଥମ ସୁନ୍ଦରଗଡ ସେବା ରତ୍ନ ସମ୍ନାନ-୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ କିନ୍ନର ଆସୋସିଏସନ ଓଡ଼ିଶାର ଉପସଭାପତି ଜୋୟା ତ୍ରିପାଠୀ, ୱେଷ୍ଟର୍ଣ୍ଣ ଜୋନ୍ ଇଣ୍ଟରନ୍ଯାସନାଲ ହ୍ଯୁମାନ ରାଇଟ୍ସ କାଉନସିଲ୍ ସଭାପତି ବାସୁଦେବ ଦାସ, ଇଣ୍ଟରନ୍ଯାସନାଲ ହ୍ଯୁମାନ ରାଇଟ୍ସ କାଉନସିଲ୍ ସଭାପତି କାର୍ତ୍ତିକ ରାଉତଙ୍କ ସମେତ ବିଶେଷ ଅତିଥି ଭାବରେ ରାଉରକେଲା ସ୍ପେଶାଲ ଜେଲ୍ ଅଧିକ୍ଷକ ଜୀବନ ସିଂ ମୁଣ୍ଡା ଯୋଗଦେଇଥିଲେ। ଏି ସହିତ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରାରମ୍ଭରେ ଗୁଜରାଟର ଅହମ୍ମଦାବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୪୧ ଜଣ ବ୍ଯକ୍ତିଙ୍କ ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି, ସମ୍ମାନିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା। ବିଶେଷ ଅତିଥି ଭାବରେ ରାଉରକେଲା ସ୍ପେଶାଲ ଜେଲ୍ ଅଧିକ୍ଷକ ଜୀବନ ସିଂ ମୁଣ୍ଡାଙ୍କୁ ତାଙ୍କର ଉତ୍କର୍ଷ କାର୍ଯ୍ୟ ପାଇଁ ଇଣ୍ଟରନ୍ଯାସନାଲ ହ୍ଯୁମାନ ରାଇଟ୍ସ କାଉନସିଲ୍ ସୁନ୍ଦରଗଡ ସେବାରତ୍ନ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କାଉନସିଲ୍ ସୁନ୍ଦରଗଡ ସଭାପତି କାର୍ତ୍ତିକ ରାଉତ ଭିନ୍ନକ୍ଷମଙ୍କ ସହିତ କେତେକ ନିଃସହାୟ ବ୍ୟକ୍ତିଙ୍କୁ ୫ଟି ହୁଇଲ୍ ଚେୟାର ବଣ୍ଟନ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ବିଜୟାନନ୍ଦ ସୁନ୍ଦରାୟ ସହଯୋଗ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିପିୟୁଟି ବହୁ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

Sunil Chandra Nayak

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ପାଳିତ

masiha

ନବରଙ୍ଗପୁର ଜିଲ୍ଲାରେ,ଯୀଶୁ ଙ୍କ କୃଶ ବିଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!