ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ।

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ।

ରାଉରକେଲା, ୨୧/୬/୨୫, — ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ କେନ୍ଦ୍ରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମହିଳା ସମିତିର ସଭାନେତ୍ରୀ ସବିତା ସାହୁ ଏବଂ ହେଲ୍ପ ସେଣ୍ଟରର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଆବାହକତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ବଳନ ପରେ ମହିଳା ସମିତିର ସଦସ୍ୟା ମାନଙ୍କ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ । ଉଭୟ ଶ୍ରୀମତୀ ସାହୁ ଏବଂ ଶ୍ରୀ ମହାନ୍ତିଙ୍କ ସ୍ବାଗତ ଅଭିଭାଷଣ ପରେ ଡାକ୍ତର ମହେଶ ପ୍ରସାଦ ବେହେରା ଏବଂ ଡାକ୍ତର ଗୋକୁଳାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଅଭିଜ୍ଞ ଯୋଗ ଶିକ୍ଷୟିତ୍ରୀ ଶ୍ରୀମତୀ ନିବେଦିତା ସାହୁ ଶରୀର ଉପରେ ଯୋଗର ପ୍ରଭାବ ଶୀର୍ଷକରେ ବକ୍ତବ୍ୟ ରଖି ଯୋଗ ଶରୀରର ସମତା ଏବଂ ଶାନ୍ତି ପାଇଁ ନିତାନ୍ତ ଆବଶ୍ୟକ ବୋଲି କହିବା ସହ କେତେକ ମୌଳିକ ଯୋଗ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ଶିଖାଇଥିଲେ। ଶ୍ରୀମତୀ ସାହୁ ସଦସ୍ୟ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଶ୍ରୀମତୀ ଯୋଗିତା ଚଣ୍ଡକ ଏହି ଯୋଗ ଶିକ୍ଷାରେ ସହାୟତା କରୁଥିଲେ।

ମହିଳା ସମିତିର ବରିଷ୍ଠ ସଦସ୍ୟା ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବାବେଳେ ସହାୟତା କେନ୍ଦ୍ରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ଧନ୍ଯବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହାୟତା କେନ୍ଦ୍ରର ନୋଡାଲ ଅଫିସର ପୋଲିସ ଅଧିକାରୀ ମହେନ୍ଦ୍ର କୁମାର ସାହୁ, ମହିଳା ସମିତିର ସଦସ୍ୟା ସାବିତ୍ରୀ ଦାସ, ଗୀତା ସେନାପତି, ଭାରତୀ କର, ଅନିତା ସାହୁ, ଜ୍ୟୋତି ମହାପାତ୍ର, ପ୍ରୀତି କୁମାରୀ ସାହୁ, ସ୍ନିଗ୍ଧା ସାମନ୍ତରାୟ, ନନ୍ଦିତା ପାତ୍ର, ଗୀତାଞ୍ଜଳି ମିଶ୍ର ପ୍ରମୁଖ ସହାୟତା କରିଥିବାବେଳେ ଲକ୍ଷ୍ମଣ ନାଥ ଦାସ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ସୁବାସ ଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର କୁମାର ସରାଫ, ସନ୍ତୋଷ କୁମାର ମିଶ୍ର, ଗୋପାଳ ପ୍ରସାଦ ଜେନା, ସୂର୍ଯ୍ୟ ନାରାୟଣ ପଣ୍ଡା, ମନିଲାଲପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଂକଳ୍ପ ସପ୍ତାହ ଉଦଯାପନ 

masiha

ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଗଛ କଟା, ପ୍ରଶାସନର ହାତ ସଫେଇ ନୁହେଁଁ ତ ?

Sunil Chandra Nayak

ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!