ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଟ ଅଫ ଲିଭିଙ୍ଗ୍ ର ହାପିନେସ କୋର୍ସ ଉଦଯାପିତ

ରାଉରକେଲା/ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଦ୍ବାରା ସ୍ଥାପିତ ଆର୍ଟ ଅଫ ଲିଭିଙ୍ଗ୍ ଦ୍ବାରା ଚାଲିଥିବା ସପ୍ତାହବ୍ୟାପୀ ହାପିନେସ କୋର୍ସ ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୫ଜଣ ପଶିକ୍ଷାର୍ଥୀ ଅଂଶଗ୍ରହଣ କରି ଯୋଗ,ଧ୍ୟାନ, ପ୍ରାଣାୟମ ଶିକ୍ଷା ଲାଭ କରିଥିଲେ । ଆର୍ଟ ଅଫ ଲିଭିଙ୍ଗ ର ପ୍ରଶିକ୍ଷକ ବାବୁଲା ନାହାକ ଓ ତୁଷାରବାଳା ତ୍ରିପାଠୀଙ୍କ ଦିଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁନଃ ଏହି କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୩ ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମାଟିର ବାସ୍ନା ସାହିତ୍ୟ ସଂସଦ ପକ୍ଷରୁ ଏକ ଆଲୋଚନାଚକ୍ର ସହିତ କବିତା ଆସର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ

Sunil Chandra Nayak

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

masiha

ସହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!