ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ବିଡ଼ିଓ ଙ୍କୁ ଦାବିପତ୍ର

ନୂଆପଡା //, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଅନ୍ତର୍ଗତ ରିଷୀଗାଁ ଗ୍ରାମରେ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ମୃତ ବ୍ୟକ୍ତିଙ୍କ ନାମରେ ଦୀର୍ଘ ବର୍ଷ ଧରି ରାଶନ ରାମଗ୍ରୀ ବଣ୍ଟନ ହୋଇଥିବା ଖଡ଼ିଆଳ ବିଡିଓ ବିରସେନ ବେହେରାଙ୍କ ଠାରେ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନଙ୍କ ସହିତ ବ୍ଲକ କାର୍ଯ୍ୟାଳୟକୁ ଆସି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ଅନୁଯାୟୀ ଖଡ଼ିଆଳ ବ୍ଲକ ରିଷୀଗାଁ ଗ୍ରାମର ରବି ପରାଭୋଇ, ପୂର୍ଣ୍ଣମୀ ଶବର, ପ୍ରତିମା ଶବର, ନିରବତି ହଂସ, ଲୋଚନି ଦଳ, ସୁକୁ ଦଳ, ସରକାରୀ ତଥ୍ୟ ଅନୁଯାୟୀ ଦୀର୍ଘ ୪ ରୁ ୫ ବର୍ଷ ପୂର୍ବରୁ ଏମାନଙ୍କ ମୃତ୍ୟୁ ହୋଇ ସାରିଛି । ହେଲେ ମୃତ ବ୍ୟକ୍ତିଙ୍କ ନାମରେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗତ ୨୦୨୨ ଡିସେମ୍ବର ମାସ ପର୍ଯ୍ୟନ୍ତ ବଣ୍ଟନ ହେଉଥିଲା । ହେଲେ ସମ୍ପୃକ୍ତ ହିତାଧିକାରୀଙ୍କ ପରିବାର ଗୋଟିଏ ମାସର ମଧ୍ୟ ଚାଉଳ ପାଇ ନଥିବା ଜଣା ଯାଇଛି । ବିଗତ କିଛିଦିନ ହେବ ମୃତ ବ୍ୟକ୍ତିଙ୍କର ଜଣେ ସଂପର୍କୀୟ ତାଙ୍କ ମୃତ ବ୍ୟକ୍ତିଙ୍କ ନାମରେ ଖାଉଟି ସାମଗ୍ରୀ ବଣ୍ଟନ ହେଉଥିବା ଜାଣିବାକୁ ପାଇଲେ । ବର୍ତମାନ ଏହି ମୃତକ ହିତାଧୂରୀଙ୍କ ନାମ ତାଲିକାରୁ ବାଦ  ଦେଇଛନ୍ତି । ଯାହାର ରସିଦ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଖରେ ରହିଛି । ଏଠାରେ ପ୍ରଶ୍ନ ଉଠେ ଯେ ଏହି ମୃତକ ହିତାଧିକାରୀଙ୍କ ପ୍ରାପ୍ୟ କିଏ ଆତ୍ମସାତ କରୁଥିଲା ଯୋଗାଣ ବିଭାଗର କର୍ମଚାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ଯୋଗାଣ ସହାୟକ ଏଥିପାଇଁ ଦାୟୀ କିଏ । ମୃତ୍ୟୁବରଣ କରିବା ପରେ ମଧ୍ୟ ଚାଉଳ ଉଠାଣ ହେଲା କିପରି ବୋଲି ଶ୍ରୀ ତାଣ୍ଡି ପ୍ରଶ୍ନ କରିଛନ୍ତି । ଗତ ୪ ରୁ ୫ ବର୍ଷ ଧରି ନିଜର ପ୍ରାପ୍ୟରୁ ବଞ୍ଚିତ ହିତାଧିକାରୀ ପରିବାରକୁ ଆତ୍ମସାତ କରିଥିବା ସାମଗ୍ରୀର ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ।ଏଥିରେ କିଛି ବିଭାହିତ ମହିଳା ମାନଙ୍କ ମଧ୍ୟ ଋଷିଗା ରେ ଥିବାରୁ ସେମାନଙ୍କୁ ସେଠାରେ ପାଇ ପାରୁନାହାନ୍ତି। ଏହା ବ୍ୟତୀତ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି ଦାବି କରିଛନ୍ତି ।ଏହି ବିଷୟ ନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ଙ୍କୁ ଯୋଗାଯୋଗ କରିବାରୁ ଏହାର ତଦନ୍ତ ହେବ ବୋଲି କହିଛନ୍ତି ।

ସୁଜିତ କୁମାର ପ୍ରଧାନ , ନୂଆପଡା

Related posts

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଦ୍ଵାଦଶ ତମ ମହୋତ୍ସବ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ

masiha

Leave a Comment

error: Content is protected !!