ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅବସର କାଳୀନ ସଭା

ବରିଷ୍ଠ ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅବସର କାଳୀନ ସଭା

ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ସ୍ଥିତ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ତାଙ୍କ ଅଧ୍ୟାପନା ର ସମୟ ନିଷ୍ଠାପର ଭାବେ ଅତିବାହିତ କରି ଅବସର ଗ୍ରହଣ କରିଛନ୍ତି। ଶ୍ରୀଯୁକ୍ତ ନାୟକ ସମସ୍ତ ସହକର୍ମୀଙ୍କ ସଂଗେ ମେଳାପି ଓ ଖୁସି ମିଜାଜର ମଣିଷ ଭାବରେ ତାଙ୍କର ଅନୁପସ୍ଥିତିରେ ଅନୁଭବ ହେବ ବୋଲି ଆୟୋଜିତ ଅବସର କାଳୀନ ସଭାରେ କର୍ମଚାରୀ ମାନେ ପ୍ରକାଶ କରିଥିଲେ। ଅଧ୍ଯକ୍ଷ ସରୋଜକାନ୍ତ ରଥ ତାଙ୍କର କାର୍ଯ୍ଯଦକ୍ଷତା , ଶିକ୍ଷାଦାନ ଶୈଳୀ,ନିଷ୍ଠାପର ସହଯୋଗିତା ସହିତ ସମୟାନୁବର୍ତ୍ତୀ ଗୁଣକୁ ପ୍ରଶଂସା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ସମସ୍ତ ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ଗହଣରେ ତାଙ୍କର ଔପଚାରିକ ସମ୍ବର୍ଦ୍ଧନା ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନରେ ଅଧ୍ଯକ୍ଷଙ୍କ ଦ୍ବାରା ସମ୍ପର୍ଣ୍ଣ ହୋଇଥିଲା। ଚଳିତ ଏପ୍ରିଲ୍ ମାସ ଆରମ୍ଭରେ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଦୈନନ୍ଦିନ ଶୈକ୍ଷିକ ବାତାବରଣ ମୁଖରିତ ହେଉଥିବା ବେଳେ ପ୍ରତାପ ସାରଙ୍କର ସହକର୍ମୀ ତଥା ଛାତ୍ର-ଛାତ୍ରୀମାନଙ୍କ ସହ ସୁ-ସମ୍ପର୍କ ତଥା ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାର ନିଆରା ପ୍ରୟାସ ବିଷୟରେ ଶିକ୍ଷକଙ୍କ ସାଧାରଣ ପ୍ରକୋଷ୍ଠରେ ଗୁଞ୍ଜରଣ ହେଉଥିବ ବୋଲି ସମସ୍ତଙ୍କ ବାର୍ତ୍ତା ଥିଲା। ନିଜର ଭୂମିକାକୁ ଚିହ୍ନିପାରି ତାକୁ ଚରିତାର୍ଥ କରିବାର କଳା ସମସ୍ତଙ୍କ ପାଖରେ ନଥାଏ,ଏହାକୁ ଆପଣାର ଓ ଆହରଣ କରିବାକୁ ପଡେ।ଜୁଆର ସିନା କୂଳରେ ମଥାପିଟି ଫେରିଯାଏ ,ମାତ୍ର ବାଲିର ଶେଜରେ ଯେଉଁ ସ୍ମୃତିର ମୁକ୍ତାଗର୍ଭା ଶାମୁକା ଛାଡିଯାଏ ତାହା ହିଁ ଜୁଆରିଆ ସମୟର ପ୍ରତ୍ଯାର୍ପଣ ବୋଲି ନିଜର ବକ୍ତବ୍ୟରେ ଅଧ୍ୟାପକ ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସିନାମାଳ ଗାଁ ର ଆମ୍ବ ବଗିଚା ରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ

masiha

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ଦ୍ୱାରା ବିଶ୍ୱ ଏଡ୍‌ସ୍ ଦିବସ ପାଳିତ 

masiha

ନବନିର୍ମିତ ପୋଲର ଅବସ୍ଥା ଖରାପ ଭୂଷୁଡି ଯିବା ସମ୍ଭାବନା

Sunil Chandra Nayak

Leave a Comment

error: Content is protected !!