ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ତୃତୀୟ ଅର୍ଘ୍ୟ : ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ’ ସମ୍ପର୍କୀତ ବକ୍ତୃତା

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ତୃତୀୟ ଅର୍ଘ୍ୟ : ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ’ ସମ୍ପର୍କୀତ ବକ୍ତୃତା

ରାଉରକେଲା/ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଆରମ୍ଭ ହୋଇଥିବା ‘ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ତୃତୀୟ ଅର୍ଘ୍ୟ କାର୍ଯ୍ୟକ୍ରମରେ ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ ବା ଶୁଭକାମନା’ ଶୀର୍ଷକ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମନସ୍ତ୍ୱତ୍ତ୍ୱ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଭାଗୀୟ ଅଧ୍ୟାପିକା ଅନିମା କ୍ଲାଉଡିଆ କିଣ୍ଡୋ। ସ୍ବର୍ଗତ ନିର୍ମଳ ମୁଣ୍ଡାଙ୍କ ନାମରେ ଆରମ୍ଭ ହୋଇଥିବା ଏହି ସ୍ମାରକୀ ବକ୍ତୃତାମାଳା ମାଧ୍ୟମରେ ଭିନ୍ନ ଭିନ୍ନ ପ୍ରସଙ୍ଗ ମାଧ୍ୟମରେ ହେଉଥିବା ଆଲୋଚନା ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧିରେ ଏହି ବକ୍ତୃତାମାଳାର ଆୟୋଜନ ଏକ ନିଆରା କାର୍ଯ୍ୟକ୍ରମ ବୋଲି ପ୍ରଫେସର ବେହେରା ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ ସହ ବିଭାଗୀୟ ମୁଖ୍ୟ ମହେନ୍ଦ୍ର ତନୟ ଟୁଡୁ ଅତିଥି ପରିଚୟ ପ୍ରଦାନ କରିଥିଲେ।  

ଏଥିରେ ଏନ୍‌ଆଇଟି ରାଉରକେଲାର ସାମାଜିକ ବିଜ୍ଞାନ ଓ ମାନବତ୍ୱ ବିଭାଗର ପ୍ରଫେସର ଡ଼ଃ ରାମକୃଷ୍ଣ ବିଶ୍ୱାଳ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ଆମ ସମସ୍ତଙ୍କ ଦୈନନ୍ଦିନ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ମାନସିକ ଅବସ୍ଥାର ସଠିକ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ପ୍ରଫେସର ଡ଼ଃ ବିଶ୍ୱାଳ କହିଥିଲେ। ଆମେ ପ୍ରତିଦିନ ଅନେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବା ସହିତ ବ୍ୟସ୍ତ ଓ ବିବ୍ରତ ହେବା ସମୟରେ ଆମର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ଚେତନାକୁ ସକାରାତ୍ମକ କରିବା ଅପରିହାର୍ଯ୍ୟ। ଏଭଳି ସ୍ଥିତିରେ ଆମେ ଶାନ୍ତ ଓ ସ୍ଥିର ମାନସିକତା ସ୍ଥିତିରେ ରହିପାରିଲେ ଯାଇ ଆମର ବ୍ୟକ୍ତିଗତ, ପାରିବାରିକ ଏବଂ ବୃତ୍ତିଗତ ମଙ୍ଗଳ ହେବ। ସାମ୍ପ୍ରତିକ ସମୟରେ ଆର୍ଥିକ ସମସ୍ୟା ବ୍ୟତୀତ ମାନସିକ ସମସ୍ୟା ଯୋଗୁଁ ପ୍ରାୟ ସମସ୍ତେ ଚାପଗ୍ରସ୍ତ। ତେଣୁ ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ମାନସିକ ମଙ୍ଗଳ ବା ମାନସିକ ସୁସ୍ଥତା ପ୍ରସଙ୍ଗରେ ପ୍ରଫେସର ଡ଼ଃ ବିଶ୍ୱାଳ ବିଭିନ୍ନ ଉପାଦେୟ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କୀତ ପ୍ରଶ୍ନଉତ୍ତର କାର୍ଯ୍ୟରେ ଭାଗନେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବିଭାଗୀୟ ଅଧ୍ୟାପିକା ରାଜଶ୍ରୀ ରାଉତ, ଶୁଭଶ୍ରୀ ନାଥ ଓ ଆଲିଶା ରାୟ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଶେଷରେ ବିଭାଗୀୟ ଅଧ୍ୟାପିକା ଜ୍ୟୋତିରେଖା ଦ୍ୱିବେଦୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପିକା ଓ ଅଧ୍ୟାପକଙ୍କ ସମେତ ରସାୟନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

masiha

Leave a Comment

error: Content is protected !!