ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ, ଦଲୀୟ କର୍ମିଙ୍କୁ ନିର୍ବାଚନ ରଣନୀତି ପାଇଁ ଗୁରୁମନ୍ତ୍ର ଦେଲେ ବିଜେଡି ମାଷ୍ଟର ଟ୍ରେନର

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ, ଦଲୀୟ କର୍ମିଙ୍କୁ ନିର୍ବାଚନ ରଣନୀତି ପାଇଁ ଗୁରୁମନ୍ତ୍ର ଦେଲେ ବିଜେଡି ମାଷ୍ଟର ଟ୍ରେନର

କୋକସରା,୧୧/୧୧ // ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧାନ ମଣ୍ଡି ପରିସରରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦଲୀୟ କର୍ମିଙ୍କୁ ନେଇ ପ୍ରଶିକ୍ଷଣ ଶିବିର ୮,୯,୧୦ ତାରିଖ ୩ ଧରି ଆୟୋଜନ ହୋଇଯାଇଛି। ୩ ଦିନ ଧରି ପ୍ରଶିକ୍ଷଣ ଶିବିରରେ ଧର୍ମଗଡ଼, କୋକସରା, କଲମପୁର ଓ ଜୟପାଟଣା ବ୍ଲକର ୪ ପଂଚାୟତର କର୍ମିଙ୍କୁ ଭୁବନେଶ୍ୱରରୁ ଆସିଥିବା ମାଷ୍ଟର ଟ୍ରେନର ମାନେ ଆଗାମୀ ନିର୍ବାଚନରେ ଦଲୀୟ ରଣନୀତି ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଛନ୍ତି। ଏହି ପ୍ରଶିକ୍ଷଣ ଶିବିର କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି। ପ୍ରଶିକ୍ଷଣ ଶିବିରରେ ଆସନ୍ତା ନିର୍ବାଚନରେ ଦଲୀୟ ସଂଗଠନ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ମାଷ୍ଟର ଟ୍ରେନର ମାନେ ଗୁରୁମନ୍ତ୍ର ଫୁଙ୍କିଛନ୍ତି। କାର୍ଯ୍ୟକ୍ରମକୁ କୋକସରା ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ହେମନ୍ତ ମାଝୀ, ବୈଜୟନ୍ତି ପୁଝାରି, ବ୍ଲକ ସଭାନେତ୍ରୀ ଅଶୋକା ନାଏକ, ବ୍ଲକ ଛାତ୍ର ସଭାପତି ମାନସ ବେହେରା ଦଲୀୟ କର୍ମୀମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ୩ ଦିନ ଧରି ଆୟୋଜିତ ପ୍ରଶିକ୍ଷଣ ଶିବିରରେ ନିର୍ବାଚନ ମଣ୍ଡଳୀରୁ ପ୍ରଶିକ୍ଷଣ ନେବାପାଇଁ ଶତାଧିକ କର୍ମୀ ଯୋଗ ଦେଇଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

masiha

ଏସ୍ଆରକେ ପବ୍ଲିକ ସ୍କୁଲ, ଥେରୁବାଲି ପକ୍ଷରୁ 77 ତମ ସ୍ବାଧିନତା ଦିବସ ପାଳିତ 

masiha

ବାଣପୁର ବିଜ୍ଞାପିତ ଅଞ୍ଚଳପରିଷଦରେ ସ୍ୱଛତା କର୍ମଚାରୀଙ୍କୁ ସାଇକେଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!