ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ହସ୍‌ପିଟାଲରେ ଲାପାରୋସ୍କୋପି ଉଦ୍‌ଘାଟିତ

ଉତ୍କଳ ହସ୍‌ପିଟାଲରେ ଲାପାରୋସ୍କୋପି ଉଦ୍‌ଘାଟିତ

ରାୟଗଡା ଟିକିରି: ଏହି ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ ନିରନ୍ତର ପ୍ରତିବଦ୍ଧ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଟିକିରିଠାରେ ଏକ ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍‌ପିଟାଲ ସ୍ଥାପନ କରିଛି ଯାହା ବାର୍ଷିକ ୩୦୦୦୦ରୁ ଅଧିକ ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଆସୁଛି।

ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସୁବିଦା ଯୋଗାଇଦେବା ଦୃଷ୍ଟିକୋଣରୁ ଉତ୍କଳ ହସ୍‌ପିଟାଲ ଲାପାରୋସ୍କୋପି ସୁବିଧା ଆରମ୍ଭ କରିଛି ଯାହା ଫଳପ୍ରଦ ଅସ୍ତ୍ରୋପଚାରକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କର ଖର୍ଚ୍ଚ ଏବଂ ଚିକିତ୍ସା ଅବଧୂ ମଧ୍ୟ ହ୍ରାସ କରିବ।

ଏହି ବ୍ୟବସ୍ଥାକୁ ଶ୍ରୀ ମଜହର ବେଗ୍, ୟୁନିଟ୍ ହେଡ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଓ ଶ୍ରୀମତୀ ହିନା ବେଗ, ପ୍ରେସିଡେଣ୍ଟ, ଉଜ୍ଜଳ ଉତ୍କଳ ଲେଡିଜ୍ କ୍ଲବ୍ ଚଳିତ ନଭେମ୍ବର ମାସ ୧୨ ତାରିଖରେ ଉଦ୍‌ଘାପନ କରିଥିଲେ। ଶ୍ରୀ ବିଜୟ କୁମୁରା, ୟୁନିଟ୍ ଏଚଆର୍ ହେଡ, ଡଃ.ଅରିନ୍ଦମ୍ ରୟଚୌଧୁରୀ, ହେଡ୍ ଉତ୍କଳ ମେଡିକାଲ ସର୍ଭିସେସ୍ ଏବଂ ସିଏମ୍ଓ, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍ ସିଏସ୍‌ଆର ଆଣ୍ଡ ସିଆର୍ ଉତ୍କଳ ଆଲୁମିନା ପ୍ରମୁଖ ବିଶିଷ୍ଟ ବ୍ୟକ୍ତବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ।

ଶ୍ରୀ ମଜହର ବେଗ୍, ୟୁନିଟ ହେଉ, ଉତ୍କଳ ଆଲୁମିନା ଉଦ୍‌ଘାଟନୀ ଉତ୍ସବରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରଖୁଥିବା ଏଭଳି ମହତ୍ ବ୍ୟବସ୍ଥାର ଶୁଭାରମ୍ଭ ନିମନ୍ତେ ଉତ୍କଳ ଆଲୁମିନାର ଚିକିତ୍ସା ଟିମ୍‌କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ। ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏହି ପ୍ରୟାସ ଜରିଆରେ ଆମେ ଉତ୍କଳ ଆଲୁମିନା ହସ୍‌ପିଟାଲର ପ୍ରୟାସରେ ଆଉ ଏକ ସଫଳତାର ଫର୍ଦ ଯୋଡିଛୁ ଯାହା ଦ୍ଵାରା ଏହି ଆଦିବାସୀ ଅଧ୍ୟଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧୧ ଲକ୍ଷ ୫ ହଜାର ୨୫୫ ଟଙ୍କାର ରାସ୍ତା କାମକୁ ନେଇ ଅନିୟମିତତା ଅଭିଯୋଗ; ଘଟଣାସ୍ଥଳରେ ତଦନ୍ତ ଦାବି ଜୋରଦାର

Sunil Chandra Nayak

ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ 

masiha

ଅଙ୍ଗନବାଡ଼ି କର୍ମୀ ଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!