ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରୂପଶ୍ରୀ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରୂପଶ୍ରୀ 

ବାଲେଶ୍ଵର,୧୩/୧୧/୨୩- କବିତା, ଗଳ୍ପ ଓ ପ୍ରବନ୍ଧକୁ ନେଇ ପ୍ରତ୍ୟେକ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁ ମାନେ ଅଂଶ ଗ୍ରହଣ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ତା ୧୨/୧୧/୨୩ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ” ଏତେ ସପନକୁ ରାତି କାହିଁ ” । ଏଥିରେ (୧) ବିଷ୍ଣୁପ୍ରିୟା ମହାପାତ୍ର, ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର, ନବରଙ୍ଗପୁର (୨) ଶାଶ୍ୱତୀ ନନ୍ଦ, କଳାପଥର, କଟକ (୩) ସନ୍ଧ୍ୟାରାଣୀ ବେହେରା, କୁପାରି, ବାଲେଶ୍ଵର (୪) ରଶ୍ମିତା ଧଳ, ଚୌଦାର, କଟକ (୫) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୬) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୭) ସତ୍ୟ ସିଂ ବାଗ୍, ତେରେସିଂହା, କଳାହାଣ୍ଡି (୮) ଗୀତାଞ୍ଜଳି ପୃଷ୍ଟି, କଟକ (୯) ଶୁଭଶ୍ରୀ ପ୍ରଧାନ, କୋଣାର୍କ, ପୁରୀ (୧୦) ରୁପଶ୍ରୀ କର, ହରିରାଜପୁର, ବାଙ୍କୀ, କଟକ (୧୧) ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା (୧୨) ସୁଜାତା ଦାଶ, ବନମାଳୀପୁର, ଖୋର୍ଦ୍ଧା (୧୩) ଦ୍ରୌପଦୀ ମହାପାତ୍ର, ତିଖିରି, କେନ୍ଦ୍ରାପଡା (୧୪) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୫) ତାନଶ୍ରୀ ପାଣିଗ୍ରାହୀ, ଆଚାର୍ଯ୍ୟା, ସରସ୍ୱତୀ ବିଦ୍ଯାମନ୍ଦିର, ବାଲେଶ୍ଵର (୧୬) ମମତା ବେହୁରା, କଟକ (୧୭) ସୌଦାମିନୀ ତ୍ରିପାଠୀ, ଭୁବନେଶ୍ୱର, ଖୋର୍ଦ୍ଧା ଓ (୧୮) ଗୀତାଞ୍ଜଳି ଭୂୟାଁ, ସାଲେପୁର, କଟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କର କବିତା ରଚନା ପ୍ରାୟ ଭଲ ଥିଲା । କବିତା ଗୁଡିକୁ ତନ୍ନ ତନ୍ନ କରି ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ସେନାପତି । ଯେଉଁଥିରେ ରୂପଶ୍ରୀ କର ପ୍ରଥମ, ତାନଶ୍ରୀ ପାଣିଗ୍ରାହୀ ଦ୍ବିତୀୟ ଓ ଶୁଭଶ୍ରୀ ପ୍ରଧାନଙ୍କୁ ତୃତୀୟ ସ୍ଥାନ ମିଳିଛି ଅର୍ଥାତ୍ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ଯଦିଓ ଅନୁଷ୍ଠାନର ମୂଳ ଲକ୍ଷ୍ୟ ଗଦ୍ୟ ସାହିତ୍ୟର ଉନ୍ନତି ତଥାପି ମଝିରେ ମଝିରେ କବି କବୟିତ୍ରୀ ମାନଙ୍କ ମନରେ ଆନନ୍ଦ ଦେବା ପାଇଁ କବିତା ପ୍ରତିଯୋଗିତା ହୋଇଥାଏ । ସମାଜରେ ନିଜର ସାହିତ୍ୟ ସୃଷ୍ଟିର ବିକାଶ ପାଇଁ ହାତରେ କଲମ ଧରି ଆଗେଇ ଆସିବାକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ସାହିତ୍ୟ ବନ୍ଧୁ ମାନଙ୍କୁ ଆହ୍ବାନ କରିଛନ୍ତି । ନିଜକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ଆବଶ୍ୟକ ହୋଇଥାଏ, ସେଥିମଧ୍ୟରୁ ମୋ ଅନୁଷ୍ଠାନ ଏକ ମାଧ୍ୟମ । ଆସନ୍ତୁ ଏଥିରେ ସାମିଲ ହୁଅନ୍ତୁ ନିଜ ନିଜ ସୃଷ୍ଟିର ବିକାଶ ପାଇଁ ସାହିତ୍ୟ ରଚନା କରନ୍ତୁ । ଶେଷରେ ସାହିତ୍ୟର ଉନ୍ନତି ପାଇଁ ଲେଖନୀ ଚାଲୁ ରଖିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ 

masiha

ନିରିହ ଓ ଗରିବ ଲୋକଙ୍କ ସେବା ପାଇଁ ସ୍ବତନ୍ତ୍ର ପଦକ୍ଷେପ,ସହ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବି ; ଅକ୍ଷୟ କୁମାର ନାଏକ

Leave a Comment

error: Content is protected !!