ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ପୁଅର ଉଦ୍ଧାର ପାଇଁ ବାପା ମା, ଭଉଣୀଙ୍କ ଆକୁଳ ନିବେଦନ 

ଉତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ପୁଅର ଉଦ୍ଧାର ପାଇଁ ବାପା ମା, ଭଉଣୀଙ୍କ ଆକୁଳ ନିବେଦନ 

 ମୟୂରଭଞ୍ଜ- ୧୩/୧୧ ( ମସିହା) ଉତ୍ତରାଖଣ୍ଡର ଉତ୍ତରାକାଶୀରେ ନିର୍ମାଣଧୀନ ଟନେଲରେ ୫୦ ରୁ ଉର୍ଦ୍ଧ୍ବ ଓଡ଼ିଶା, ଝାଡ଼ଖଣ୍ଡ,ବିହାର, ଉତ୍ତରପ୍ରଦେଶର ଦାଦନ ଶ୍ରମିକ କାମ କରୁଥିଲେ । ହଠାତ୍ ରବିବାର ଦିନ ଭୂଷ୍ଖଳନ ହେବା ଫଳରେ ୬୦ ମି ଦୂରରେ ଶ୍ରମିକମାନେ ଟନଏଲ ଭିତରେ ଫଶି ଯାଇଛନ୍ତି । ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତରେ ବ୍ୟାପକ ଚେଷ୍ଟା ଚଳାଇଛନ୍ତି ।ପାଇପ ଯୋଗେ ଅମ୍ଳଯାନ ଏବଂ ଖାଦ୍ୟ ସେମାନଙ୍କ ପାଖକୁ ପହଞା ଯାଉଛି । ଉଦ୍ଧାରକାରୀଙ୍କ ଦ୍ବାରା ୩୦ ରୁ ଉର୍ଦ୍ଧ୍ବ ମିଟର ପର୍ଯ୍ୟନ୍ତ ସଫେଇ ସରିଲାଣି । ଫଶିଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଂଚଳର ଵେଢାକୁଦ ଗ୍ରାମର ଧୀରେନ,ଯୋଗୀଵନ୍ଧ ଗ୍ରାମର ବିଶେଶ୍ବର ନାଏକ ଏବଂ ଵହଳଦଦା ବ୍ଳକର ଝରାଡିହି ପଞ୍ଚାୟତର କୁଲଡ଼ିହା ଗ୍ରାମର ରାଜୁ ନାଏକ ।ଝରାଡିହିର ରାଜୁ ନାଏକ ଘର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଯୋଗୁଁ ୬ ମାସ ହେଲା ଦାଦନ ଖଟିବାକୁ ଉତ୍ତରାଖଣ୍ଡ ଯାଇଥିଲା ।ଘର ଲୋକେ ତା ବାପା ମୋଚୀରାମ,ମା,,ଭଉଣୀ ଏବଂ ଗ୍ରାମବାସୀ ଦୁଃଖରେ ମର୍ମାହତ ।ଘରେ କାନ୍ଦ ବୋବାଳି ଛୁଟୁଛି ।ଶୁଣିବା ଠାରୁ ଘରେ ଚୁଲି ଜରୁରୀ । ସମସ୍ତେ ମଥାରେ ହାତ ଦେଇ ବସିଛନ୍ତି ।କେମିତି ପୁଅ ଶିଘ୍ର ମୃତ୍ୟୁ ଯନ୍ତାରୁ ମୁକୁଳିବ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ସରକାର ତାଙ୍କୁ ପୁଅକୁ ରକ୍ଷା କରନ୍ତୁ ବୋଲି ଗୁହାରି କରୁଛନ୍ତି ।ରାଜୁ କଥା ଶୁଣି ଗ୍ରାମବାସୀ, ସାଙ୍ଗ ,ସାଥୀ ସମସ୍ତେ ମ୍ରିୟମାଣ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

କାମାକ୍ଷାନଗର ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ବସିଲା ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଆଖ ପାଖ ୨୪ ଖଣ୍ଡ ଗାଁ ର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି 

Sunil Chandra Nayak

Leave a Comment

error: Content is protected !!