ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାର ଦୃଷ୍ଟିହୀନ ଦିବ୍ୟାଙ୍ଗ ମାନଙ୍କ ପାଇଁ ନୂଆ ଆଶା ଆଣିଲା ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ। ବିତରଣ କଲା ଆଧୁନିକ ସହାୟକ ସାମଗ୍ରୀ 

ନୂଆପଡା ଜିଲ୍ଲାର ଦୃଷ୍ଟିହୀନ ଦିବ୍ୟାଙ୍ଗ ମାନଙ୍କ ପାଇଁ ନୂଆ ଆଶା ଆଣିଲା ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ। ବିତରଣ କଲା ଆଧୁନିକ ସହାୟକ ସାମଗ୍ରୀ 

ନୂଆପଡା, ନୂଆପଡା ଜିଲ୍ଲାର ଦୃଷ୍ଟିହୀନ ଦିବ୍ୟାଙ୍ଗ ମାନଙ୍କ ପାଇଁ ନୂଆ ଆଶା ନେଇ ଆସିଲା ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ, ଅହମଦାବାଦ। ମଙ୍ଗଳବାର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟ , ଟାନୱଟ୍ ରେ ଏକ ସ୍ବତନ୍ତ୍ର ଶିବିରର ଆୟୋଜନ ହୋଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ ସଭାରେ ରାଜ୍ୟ ସାମାଜିକ ସୁରକ୍ଷା ଡେପୁଟୀ ସେକ୍ରେଟାରୀ ସନ୍ୟାସୀ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ ତରଫରୁ ଏହାର ସଂସ୍ଥାପକ ହନି ବାଗ୍ ଚନ୍ଦାନି ଓ ପରିଚାଳକ ନିର୍ମଲ୍ ପିଲାଇ ଯୋଗ ଦେଇଥିଲେ । ସରକାରୀ ସଂସ୍ଥା ଓ ଏନ୍ ଜି ସି ସହାୟତାରେ ୩୦୦ ଟି ସାରଥୀ ସ୍ମାର୍ଟ କେନ୍ ବାଡି ଓ ୯୦ ଟି ଜ୍ୟୋତି ସ୍ମାର୍ଟ ଗ୍ଲାସ୍ ଦୃଷ୍ଟିହୀନ ମାନଙ୍କୁ ବଣ୍ଟନ କରିଥିଲେ । ଏହି ଫୋଲ୍ଡିଂ କେନ୍ ର ବିଶେଷତ୍ଵ ହେଲା ଏହା ଆଗରେ ଯିଏ ବି ଆସିବ ସେନ୍ସର୍ ମାଧ୍ୟମରେ ଏହା ଦୃଷ୍ଟିହୀନ ବ୍ୟବହାର କାରୀକୁ ସୂଚନା ଦେଇଦେବ । ସେହିପରି ଜ୍ୟୋତି ସ୍ମାର୍ଟ ଗ୍ଲାସ୍ ସହାୟତାରେ ଦୃଷ୍ଟିହୀନ ବ୍ୟକ୍ତି ଏହାକୁ ନିଜ ସ୍ମାର୍ଟ ଫୋନରେ ସଂଯୋଗ କଲେ ଏହା ସାମନାର ସମସ୍ତ ଦୃଶ୍ୟ ଦୃଷ୍ଟିହୀନ ବ୍ୟବହାର କାରୀକୁ ଭଏସ୍ ମାଧ୍ୟମରେ ଜଣାଇଦେବ । ଏପରିକି ଏହା ଇଂରାଜୀ ହିନ୍ଦୀ ଓଡ଼ିଆ ଇତ୍ୟାଦି ୧୨୦ ଟି ବିଭିନ୍ନ ଭାଷାରେ ଲିଖିତ ବହି କିମ୍ବା କୌଣସି ଲିଖିତ ବସ୍ତୁକୁ ପଢ଼ି ଶବ୍ଦରେ ପ୍ରକାଶ କରି ପାରିବ ।ଟର୍ଚ୍ଚ-ଇଟ୍ ଫାଉଣ୍ଡେସନ ର ଅଧିକାରୀମାନେ ଉଭୟ ସ୍ମାର୍ଟ କେନ୍ ବାଡି ଓ ଜ୍ୟୋତି ସ୍ମାର୍ଟ ଗ୍ଲାସ୍ ର ବ୍ୟବହାର ଦୃଷ୍ଟି ବାଧିତ ହିତାଧୀକାରୀ ମାନଙ୍କୁ ପ୍ରଦର୍ଶନ ପୂର୍ବକ ଜଣାଇ ଦେଇଥିଲେ । ଜିଲ୍ଲାପାଳ ଏହି ସାମଗ୍ରୀ ସବୁ ବଣ୍ଟନ କରି କହିଲେଯେ ଏସବୁର ଉଚିତ ବ୍ୟବହାର ଏହି ଦିବ୍ୟାଙ୍ଗ ଜନ ମାନଙ୍କ ଜୀବନ ଯାତ୍ରାରେ ବହୁ ମାତ୍ରାରେ ସହାୟକ ହେବ । ବିଶେଷତ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନେ ଏହାର ଉପଯୋଗ କରି ଉଚ୍ଚ ଶିକ୍ଷା ଲାଭ କରି ପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ୍, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବ୍ଲକ ତଥା ଜିଲ୍ଲା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଦୃଷ୍ଟିହୀନ ହିତାଧିକରୀ ବିଶେଷ ଉତ୍ସାହର ସହିତ ଯୋଗ ଦେଇ ଏଇ ସବୁ ସହାୟକ ସାମଗ୍ରୀ ସମ୍ପୂର୍ଣ ମାଗଣା ରେ ପ୍ରାପ୍ତ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାଈ ଖୋଜିବାକୁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

Sunil Chandra Nayak

ଉତ୍କଳ ବିକାଶ ପରିଷଦ ତରଫରୁ ଗାଁ’କୁ ଚାଲ ଅଭିଯାନରେ ସାମିଲ ହେବାକୁ ସଭାପତିଙ୍କ ନିବେଦନ

Sunil Chandra Nayak

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!