ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ କନ୍ଦରପୁର ଏସ୍କେ ଏକାଡେମୀର ସଫଳତା 

ମାଟ୍ରିକ ପରୀକ୍ଷାରେ କନ୍ଦରପୁର ଏସ୍କେ ଏକାଡେମୀର ସଫଳତା 

କଟକ : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ କଟକ ସଦର କନ୍ଦରପୁର ସ୍ଥିତ ଶିକ୍ଷାନୁଷ୍ଠାନ ଏସ୍କେ ଏକାଡେମୀର ଫଳାଫଳ ଅତ୍ୟନ୍ତ ଉଚ୍ଚମାନର ହୋଇଛି । ମୋଟ ୨୪ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ଏ ୨ ଗ୍ରେଡରେ ୨ ଜଣ,ବି ୧ ଗ୍ରେଡରେ ୨ ଜଣ,ବି ୨ ଗ୍ରେଡରେ ୭ ଜଣ,ସି ଗ୍ରେଡରେ ୧୦ ଜଣ ଓ ଡି ଗ୍ରେଡରେ ୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ଏ ୨ ଗ୍ରେଡରେ ଆୟତପୁର ସରକାରୀ ବିଦ୍ୟାଳୟର ଆଦ୍ୟାଶା ଓଝା ଓ ସୃତି ବେହେରା ସର୍ବାଧିକ ମାର୍କ ରଖିଥିବା ବେଳେ ବି ୧ ଗ୍ରେଡରେ ଶୁଭଶ୍ରୀ ବେହେରା ଓ ରୁଦ୍ରନାରାୟଣ ମୁଦୁଲି ଏବଂ ବି ୨ ଗ୍ରେଡ଼ରେ ସରୋଜିନୀ ବେହେରା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ସାଇ ସୋୟମ ପଣ୍ଡା,ବର୍ଷା କର,ଅଙ୍କିତା ବେହେରା,ସ୍ଵାତୀ ବେହେରା,ପୂଜାରାଣୀ ସାହୁ ଓ ଓମ୍ ଭୋଇ ଶତକଡା ୬୦% ରୁ ଅଧିକ ନମ୍ବର ରଖିଛନ୍ତି । ଏସ୍କେ ଏକାଡେମୀର ମୁଖ୍ୟ ପରିଚାଳକ ଶିକ୍ଷାବିତ୍ ଇଂ.ସୁରଜ୍ କୁମାର ବେହେରା,ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ୍ ରବି ନାରାୟଣ ସାହୁ,ସୋମନାଥ ବେହେରା,ପ୍ରଭାତ ମହାନ୍ତି,ସ୍ମୃତି ରଞ୍ଜନ ଦାସ,ଶୁଭମ୍ ମୁଦୁଲି ଓ ଶିକ୍ଷୟତ୍ରୀ ପ୍ରଜ୍ଞା ମିଶ୍ର ବିଦ୍ୟାର୍ଥୀଙ୍କୁ ଶୁଭେଛା ଜଣାଇବା ସହ ତାଙ୍କ ଉତ୍ତୋରତ୍ତର କାମନା କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

masiha

ସ୍ବର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉଦେଶ୍ୟରେ ଶୋକ ସଭା, ଅର୍ଦ୍ଧ ନମିତ ହେଲା ଶହୀଦ ମିନାର ତ୍ରିରଙ୍ଗା 

Sunil Chandra Nayak

ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ : ମହାସଂଘ 

Sunil Chandra Nayak

Leave a Comment

error: Content is protected !!