ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ  ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ 

ବନ୍ଧୁଗାଁରେ  ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ 

ବନ୍ଧୁଗାଁ ତା, ୨୪/୪/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମିନି ଷ୍ଟାଡିୟମ ଠାରେଜାତୀୟ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ଆଜି ବ୍ଲକ ବିଡ଼ିଓ ଶ୍ରୀ ମୀନତି ଯୋଗଦେବ ଙ୍କ ସଭାପତିତ୍ୱରେ ଆୟୋଜନ କୋରାଯାଇଥିଲା I ଏହି ଜାତୀୟ ପଞ୍ଚାୟତିରାଜ ଦିବସ ବ୍ଲକ ସ୍ତରୀୟ ସମାରୋହ ଟା ୧୯୯୫ ମସିହା ଅପ୍ରେଲ ୨୪ ତାରିଖ ଠାରୁ ବିଜୁ ବାବୁଙ୍କ ସମୟ କାଳରେ ଓଡିଶାକୁ ସୋଶକ୍ତ କରିବା ପାଇଁ ଏହି ଦିବସକୁ ପାଳନ କରିବା ପାଇଁ ଆରମ୍ଭ କରିଥିଲି I ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଉପସ୍ଥିତ ରହି ଆଜିର ଗ୍ରାମ ସଭା କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଲୋକଙ୍କୁ ଉତ୍ସାହ କରିଥିଲେ I ଏଥିରେ ବ୍ଲକର ଅଙ୍ଗନ ବାଡି କର୍ମୀମାନେ ଅଳ୍ପ ମାତ୍ରାରେ ଯୋଗଦେଇଥିଲେ ଓ ମିଶନ ଶକ୍ତିର ମଧ୍ୟ ସମସ୍ତେ ଉପସ୍ଥିତ ହୋଇଥିଲେ I ଶିଶୁ ବିକାଶ ବିଭାଗର ସିଡିପିଓ ଶ୍ରୀମତି ଗୀତାଞ୍ଜଲି ମହାରନା, ଓ ୧୩ ଗଟି ପଞ୍ଚାୟତର ସମସ୍ତ ସୁପର ବାଇଜର ଓ ବ୍ଲକର ୩ ଚାରିଟା ଏସଏଚଯି ଗ୍ରୁପ ଉପସ୍ଥିତ ରହିଥିଲେ I ଏଥିରେ ବ୍ଲକର ବହୁ ଗ୍ରାମର ଲୋକଙ୍କୁ ସଚେତନତା କରାଇ ନୂତନ ଭାବରେ ହୋଇଥିବା ଚାଉଳ କାର୍ଡ ର ବଣ୍ଟନ ପାଇଁ ଏହି ସମାରୋହ କୋରାଯାଇଥିଲା କିନ୍ତୁ ଏଠି ପ୍ରାୟ ଚେଆର ଖାଲି ପଡିଥିବାର ଦେଖିବାକୁ ମିଳିଛି I ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ଉପସ୍ଥିତ ସହ ଆଜି ଆୟୋସ୍ମାନ କାର୍ଡ ସହ ଯଦିତ ଥିବା ଖାଉଟି ବିଭାଗର ଚାଉଳ କାର୍ଡ ମଧ୍ୟ ବିତରଣ କରିବାରେ ହାତ ଵଦେଇଥିଲେ ଓ ୩ ଦଳର ଦଳୀୟ ନେତା ଓ ବ୍ଲକର ଉଚ୍ଚ ବିଭାଗରେ ରହିଥିବା ପଦବୀର ଅଧିକାରୀଙ୍କ ମିଳିତ ରେ କାର୍ଡ ବିତରଣ କରିଥିଲେ I ଲୋକେ ଏହି କାର୍ଯ୍ୟକ୍ରମ ପାଇଁ ଯାହା ଲାଗୁଛି କି ମନ ବଳାଉ ନାହାନ୍ତି କି ଆସୁ ନାହାନ୍ତି I ଆଜି ମାତ୍ରକ ପ୍ରଥମ ଦିନରେ ହିଁ ୬ ଜଣ ପରିବାରଙ୍କୁ ନୂତନ ଭାବରେ ଆୟୁଷ୍ମାନ କାର୍ଡ ସହ ଯଦିତ ହୋଇ ରହିଥିବା ଚାଉଳ କାର୍ଡ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା I ଏଥିରେ ବ୍ଲକର ବ୍ଲକ ସାଂସଦ ଲଖଣ ଖୋସଲା, ବିଧାୟକ ପ୍ରତିନିଧି ଡି.ଏଙ୍କାଟି, ବିଜେପି ଦଳର କୋରାପୁଟ ଜିଲ୍ଲା ର ସାଧାରଣ ସମ୍ଫାଦକ ଶ୍ରୀ ସରତ ପାତ୍ର, ଓ ଖାଦ୍ୟ ଖାଉଟି ବିଭାଗର ଅଧିକାରୀ, ବ୍ଲକର ଏ ଇ ଶ୍ରୀ ସୌରବ ନାୟକ ସମସ୍ତ ପଞ୍ଚାୟତର କନିଷ୍ଟ ଯନ୍ତ୍ରୀ ଓ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଓ ସମସ୍ତ ପଞ୍ଚାୟତ ର ସୋରପଞ୍ଚ ଓ ପିଓ ଓ ଏବଂ କିଛି ମହିଳା ମାନେ ଉପସ୍ଥିତ ରହିଥିଲେ I ଆଜିର ଏହି ପଞ୍ଚାୟତିରାଜ ଦିବସର ସମାରହ ର କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାସଣ ଚାଲୁଥିବା ସମୟରେ ମହିଳା ମାନେ ଭାଷଣ ନ ଶୁଣି ଚେଆରରୁ ଉଠି ପଳେଇ ଯାଉଥିଲେ ଓ ଅଧିକାଂଶ ଚେଆର ଖାଲି ପଡିଥିବାର ଦେଖିବାକୁ ମିଳିଛି I ଟାଏଁ ଟାଏଁ ଖରାରେ କିଛି ମହିଳା ଓ ପୁରୁଷ ହିଁ ଅଳ୍ପ ମାତ୍ରାରେ କୋମସେ କମ ୧୦୦ ରୁ ଉର୍ଦ୍ଧ ଲୋକେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ I

ବନ୍ଧୁଗାଁ ବ୍ଲକରୁ ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ରେ…

Sunil Chandra Nayak

ଭାରତ ବନ୍ଦକୁ ସମର୍ଥନ, ଏସଟି ଏସସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

କମ୍ରେଡ ଦ୍ୱାରିକା ମୋହନ ମିଶ୍ରଙ୍କୁ ଶେଷ ସଲାମ୍ 

Sunil Chandra Nayak

Leave a Comment

error: Content is protected !!