ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସରେ ପୁରସ୍କୃତ ହେଲେ ଲାଞ୍ଜିଗଡ ବିଡିଓ ଜଗନ୍ନାଥପୁରକୁ ରାଜ୍ୟସ୍ତରୀୟ ପୁରସ୍କାର, ବନ୍ଧପାରିକୁ ଜିଲ୍ଲାସ୍ତରୀୟ ପୁରସ୍କାର

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସରେ ପୁରସ୍କୃତ ହେଲେ ଲାଞ୍ଜିଗଡ ବିଡିଓ

ଜଗନ୍ନାଥପୁରକୁ ରାଜ୍ୟସ୍ତରୀୟ ପୁରସ୍କାର, ବନ୍ଧପାରିକୁ ଜିଲ୍ଲାସ୍ତରୀୟ ପୁରସ୍କାର

ଲାଞ୍ଜିଗଡ,୨୪/୦୪(ମନିସ)-ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ଶ୍ରମ ଦିବସ ସୃଷ୍ଟି କରି ପୁରସ୍କୃତ ହୋଇଛନ୍ତି ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର। ଆଜି କଳାହାଣ୍ଡି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଆଜି ତାଙ୍କୁ ପ୍ରମାଣ ପତ୍ର ଓ ଉପଢୌକନ ସହିତ ସମ୍ମାନିତ କରାଯାଇଛି। ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ୨୦୨୪ ଏପ୍ରିଲରୁ ଚଳିତ ଏପ୍ରିଲ ମାସ ସୁଦ୍ଧା ୧୬ ଲକ୍ଷ ୩୩ ହଜାର ୫୭୬ ଗୋଟି ଶ୍ରମଦିବସ ସୃଷ୍ଟି କରାଯାଇପାରିଛି। ଲାଞ୍ଜିଗଡ ବ୍ଲକ ଭଳି ଦାଦନ ପ୍ରବଣ ବ୍ଲକରେ ଲୋକଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ କାମ ଯୋଗାଇଦେବା ବ୍ଲକ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବାବେଳେ ଏଥିରେ ସଫଳତା ହାସଲ କରିଛି ବ୍ଲକ ପ୍ରଶାସନ। ଏପରିକି ୩୭୭୬ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବାବେଳେ ୨୪୭୪ ପରିବାରକୁ ୨୦୦ ଦିନ ଓ ୧୧୭ ପରିବାରକୁ ୩୦୦ ଦିନର କାମ ଯୋଗାଇ ଦିଆଯାଇଛି। ବ୍ଲକ ପ୍ରଶାସନ ଦ୍ୱାରା ମନରେଗା ଯୋଜନାରେ ୫୪୩୩ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ୩୧୪୧ ଗୋଟି ପ୍ରକଳ୍ପ ଶେଷ ହୋଇଛି। ଜିଲ୍ଲାର ୧୩ଗୋଟି ବ୍ଲକ ମଧ୍ୟରୁ ଲାଞ୍ଜିଗଡ ବ୍ଲକ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଆଜି ତାଙ୍କୁ ସମ୍ମାନିତ କରାଯାଇଥିବାବେଳେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀଙ୍କଠାରୁ ବିଡିଓ ଶ୍ରୀ ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ। ସେହିପରି ଏହି ସଫଳତା ପାଇଁ ମନରେଗା ଏପିଓ ସଞ୍ଜିତ ପରିଡ଼ାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ସେହିପରି ପଞ୍ଚମ ଅର୍ଥ କମିଶନ ଦ୍ୱାରା ପ୍ରଦତ୍ତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପୁରସ୍କାର ହାସଲ କରିଛି ବ୍ଲକର ଜଗନ୍ନାଥପୁର ପଞ୍ଚାୟତ। ପଞ୍ଚାୟତ ତରଫରୁ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଥିବାବେଳେ ଏହି ବାବଦକୁ ୭ ଲକ୍ଷ ୭୨ ହଜାର ୯୪୬ ଟଙ୍କାର ଚେକ ସେ ଗ୍ରହଣ କରିଛନ୍ତି। ଅପରପକ୍ଷରେ ବନ୍ଧପାରୀ ପଞ୍ଚାୟତ ମଧ୍ୟ ଆଜି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ଜଣାପଡିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ

masiha

ଜରାଶ୍ରମରେ ପୁସ୍ତକ ଉନ୍ମୋଚନ ଓ ରଜମଉଜ ନାଟକ ଘୋଷଣା

masiha

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!