ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଉପ ଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ତହସିଲଦାର ହରେକୃଷ୍ଣ ବରିହା, ବିଡ଼ିଓ ଶରତ ଚନ୍ଦ୍ର ସେଠୀ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ ଯଦି ବାତ୍ୟା ପ୍ରଭାବରେ ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହୁଏ,ତେବେ ତାହାର ସଠିକ୍ ମୁକାବିଲା କିପରି କରାଯାଇପାରିବ ସେ ବିଷୟକୁ ନେଇ କୃତ୍ରିମ ଦୃଶ୍ୟପଟ ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଭୂମିକା କିପରି ସଠିକ୍ ରୂପେ ପରିପାଳନ ହୋଇପାରିବ ,ତାହାର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଗଲା। ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି,ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ସଂପୃକ୍ତ ଅଧିକାରୀ ଙ୍କ ଦାୟିତ୍ୱ ଓ ତ୍ୱରିତ ପଦକ୍ଷେପ ଉପରେ ଆଲୋଚନା କରାଗଲା। ବିପର୍ଯ୍ୟୟ ସମୟରେ ଯେମିତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ଆଶ୍ରୟସ୍ଥଳୀରେ ରହିବା ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା,ଖାଦ୍ୟ,ପାନୀୟ,ଶିଶୁ ଖାଦ୍ୟ,ଔଷଧ,ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ,ମହିଳା ,ଶିଶୁ ,ଭିନ୍ନକ୍ଷମ ଓ ବୃଦ୍ଧ ଙ୍କ ପାଇଁ ଉଚିତ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ସହ ଲୋକଙ୍କୁ ସହାୟତା ରାଶି ପ୍ରଦାନ, ସର୍ବସାଧାରଣ ସମ୍ପତ୍ତିର ପୁନଃ ନିର୍ମାଣ,ସରକାରଙ୍କୁ ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ବ ଦିଆଗଲା।ଏହି ଟେବୁଲ୍ ଟପ୍ ଅଭ୍ୟାସ ରେ ଧର୍ମଗଡ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, କାଉନସିଲର ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜମିରେ ଟାଟା ପାୱାରର ଜୁଲମ,ଚାଷଜମି ନଷ୍ଟ; ଚାଷୀ ହତାଶ

Sunil Chandra Nayak

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ 

masiha

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

Leave a Comment

error: Content is protected !!