ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜାଲ କାଗଜ ଜାତ ରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

ନୂଆପଡା, //  ଦୁଇଶହ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ରଜଲ ସେଚନ ଲୋକାର୍ପଣ ହୋଇସାରିଲାଣି ହେଲେ ବର୍ତ୍ତମାନ ମଧ୍ୟ କିଛି ବଞ୍ଛିତ ହୋଇଥିବା କିଛି ହିତାଧିକାରୀ ଙ୍କୁ ସରକାର ସହାୟତା ରାଶି ପ୍ରଦାନ କରିବାରେ ଲାଗିଛି। ହେଲେ ଏଥିରୁ ବହୁ ନିରୀହ ହିତାଧିକାରୀ ମାନେ ବଞ୍ଛିତ ରହିଥିବା ବେଳେ ଅନେକ ଆସାଧୁ ଦଲାଲ    ଏବଂ କୁଜି ନେତା ଅଧିକାରୀ ଙ୍କୁ ସଲା ସୁତୁରା କରି ଜାଲ କାଗଜ ପତ୍ରଦାଖଳ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହିପରି ଏକ ଅଭିଯୋଗ ଖଡ଼ିଆଳ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଛି।ହେଲେ ଏହା ଉପରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହୋଇ ନ ଥିବା ସକାଶେ ଜଳ ସମ୍ପଦ ବିଭାଗ ମଧ୍ୟ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କ ନାମରେ ଥାନା ରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ହେଲେ ଆଜକୁ ଏକ ମାସ ରୁ ଉର୍ଦ୍ଧହେଲେ ମଧ୍ୟ ଅଭିଯୋଗ ଙ୍କ ବିରୋଧ ରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନିଆ ଯାଇ ନାହିଁ। ଏହାକୁ ପୋଲିସ ପକ୍ଷରୁ ଘଣ୍ଟ ଘୋଡା ଯାଉଛି ବୋଲି ଡ୍ୟାମ ଅଞ୍ଚଳର ଅନେକ ହିତାଧିକାରୀ ମାନେଙ୍କ ସକାଶେ କାମ କରୁଥିବା ଲୋୟର ଇନ୍ଦ୍ରଜଲ ସେଚାନ ପ୍ରକଳ୍ପ ବିସ୍ଥାପିତ ସହାୟତା ସମିତି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ସଂଗଠନ ର ୫୦ ରୁ ଉର୍ଦ୍ଧ କର୍ମକର୍ତ୍ତା ଖଡ଼ିଆଳ ଥାନା କୁ ଆସିଥିଲେ । ସୂଚନା ଯୋଗ୍ୟ ଯେ ଲୋୟର ଇନ୍ଦ୍ର ଡ୍ୟାମ ରେ ବୁଡି ହୋଇଥିବା ପେଣ୍ଡାରା ବନ୍ଧ ଗ୍ରାମ ପଞ୍ଚାୟତ ର ଚାନ୍ଦୋପଲା ଗ୍ରାମର ଭାଗିରଥି ହରିଜନ ଙ୍କ ଦୁଇ ପୁଅ ଅଶୋକ ହରିଜନ ଓରଫ ଅଶୋକ ତାଣ୍ଡି, ଏବ ସୁଶାନ୍ତ ହରିଜନ ରହିଛନ୍ତି। ହେଲେ ଚଞ୍ଚକତା କରି ତାଙ୍କର ତିନି ପୁଅ ଅର୍ଥାତ୍ ଅନ୍ୟ ଜଣେ ସୌରଭ ହରିଜନ ଙ୍କ ନାମରେ ମିଥ୍ୟ କାଗଜାତ ଦାଖଲ କରି ଚାରି ଲକ୍ଷ ଅସି ହଜାର (୪,୮୦୦୦୦) ଟଙ୍କା ଉଠାଣ କରିଥିବା ଅଭିଯୋଗ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ ଏହା ଉପରେ ସ୍ଥାନୀୟ କର୍ଲାକୋଟ ସରପଞ୍ଚ ମଙ୍ଗଳ ସିଂ ମାଝୀ ଜଳସମ୍ପଦ ବିଭାଗ ରେ ଅଭିଯୋଗ କରିଥିଲେ ଏହା ଉପରେ ଜଳ ସମ୍ପଦ ବିଭାଗ ତଦନ୍ତ କରି ଏହା ସତ୍ୟତା ଥିବା ଦର୍ଶାଇ ନିର୍ଦ୍ଦେଶକ ମାମଲା ରୁଜୁ କରିବାକୁ ଗତ ମାସ ରେ ନିର୍ଦେଶ କରିଥିଲେ ଏହାକୁ ଭିତ୍ତିକରି ଭୁ ଅର୍ଜନ ଅଧିକାରୀ କାଳୁ ମାଝି ଖଡ଼ିଆଳ ଥାନା ରେ ମାମଲା ଦାୟର କରିଥିଲେ। ଏହାକୁ ନେଇ ଗତ ମାସ ୨୩ ତାରିଖ ଦିନ କେଶ ନ ୭୯/୨୩ ରେ ମାମଲା ରୁଜୁ ହୋଇଥିଲା ।ଏଥିରେ ଉଲ୍ଲେଖ ରହିଛି ଯେ ସୌରଭ ନାମକ କୌଣସି ବ୍ୟକ୍ତି ନାହିଁ। ତାଙ୍କ ନାମରେ ଅନ୍ୟ ଜଣେ ଖଡ଼ିଆଳ ବ୍ଳକ ବଡ଼ ମହେଶ୍ୱର ଗ୍ରାମ ର ଜଣେ ବ୍ୟକ୍ତିଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ରେ ହାଜର କରି ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତି ସମୟରେ ଅନ୍ୟ ଜଣଙ୍କ ଖାତା କୁ ଏହି ଟଙ୍କା ଚାଲାଣ ହୋଇଥିବା ଜାଣି ବାକୁ ମିଳିଛି।ଏଥିରେ ବିସ୍ଥାପିତ ସହାୟତା ସମିତି ର ସଭାପତି ନିତ୍ୟାନନ୍ଦ ପ୍ରଧାନ , ଉପଦେଷ୍ଟା ଯଦୁମଣି ପାଣିଗ୍ରାହୀ ,ଅମରିଷ ପଟ୍ଟନାୟକ , କରୁଣା କର ହୋତା ,ଜୟ ରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦେବା ପାଇଁ ସ୍ଥିର ହୋଇଥିଲା ।

ସୁଜିତ କୁମାର ପ୍ରଧାନ ନୂଆପଡା 

Related posts

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ

masiha

ନକଳି ବିଦେଶୀ ମଦ କାରଖାନା ଠାବ-ଲକ୍ଷାଧିକ ଟଙ୍କା ମୁଲ୍ୟର ଲେବଲ ଓ ଠିପି ଜବତ

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!