ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି:ଉଧାର ଟଙ୍କା ମାଗିବାରୁ ପେଟ୍ରୋଲ ଢାଳି ଜାଳି ଦେଲେ

କଳାହାଣ୍ଡି:ଉଧାର ଟଙ୍କା ମାଗିବାରୁ ପେଟ୍ରୋଲ ଢାଳି ଜାଳି ଦେଲେ

ଉଧାର ଟଙ୍କା ଫେରସ୍ତ କରିବାକୁ ଡାକି ପେଟ୍ରୋଲ ଢାଳି ଜାଳିଦେଲା ଦୁର୍ବୃତ୍ତ । ଘଟଣା ପରେ ଦୁର୍ବୃତ୍ତ ଫେରାର ମାରିଥିବା ବେଳେ, ଏଯାଏ ଅଭିଯୁକ୍ତର ପରିଚୟ ମିଳିପାରିନି ।

 କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ବ୍ୟକ୍ତି ହେଲେ ଅଞ୍ଜନ ପାଢୀ । ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ସହରର କଶାକେନ୍ଦୁ ଛକ ନିକଟରେ ଭଡ଼ା ଘରେ ଅଞ୍ଜନ ରୁହନ୍ତି । ଜଣେ ବ୍ୟକ୍ତିଙ୍କୁ ସେ ୨ ଲକ୍ଷ ଟଙ୍କା ଉଧାର ଦେଇଥିଲେ । ବାରମ୍ବାର ଟଙ୍କା ଫେରସ୍ତ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଞ୍ଜନ କହିବା ପରେ ମଧ୍ୟ ସେ କିଛିବି ଶୁଣୁ ନଥିଲେ । ଟଙ୍କା ନେଇଥିବା ବ୍ୟକ୍ତି ଅଞ୍ଜନଙ୍କୁ ଖରିଆର ରାସ୍ତାକୁ ଡାକି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । 

ଗାଡ଼ି ଜଳି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ କିଛି ବ୍ୟକ୍ତି ଉଦ୍ଧାର କରି ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ସେପଟେ ଘଟଣା ପରେ ଦୁର୍ବୃତ୍ତ ଫେରାର ମାରିଥିବା ବେଳେ, ଏଯାଏ ଅଭିଯୁକ୍ତର ପରିଚୟ ମିଳିପାରିନି । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧରାକୋଟ, ଚୋରୀ ଅଭିଯୋଗରେ ଚାରି ଗିରଫ 

Sunil Chandra Nayak

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

Sunil Chandra Nayak

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!