ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ପୁଲିସ କୋରାପୁଟ ଅଞ୍ଚଳରୁ ହରିୟାଣାକୁ ହେଉଥୁଲା ଚାଲାଣ

କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ପୁଲିସ

କୋରାପୁଟ ଅଞ୍ଚଳରୁ ହରିୟାଣାକୁ ହେଉଥୁଲା ଚାଲାଣ

ରାୟଗଡ଼ା, କୋରାପୁଟ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ସଂଗ୍ରହ କରି ଅତି କୌଶଳ କ୍ରମେ ହରିୟାଣା ରାଜ୍ୟକୁ ରାୟଗଡ଼ା ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଖସିଯିବାର ଉଦ୍ୟମ ବେଳେ ରାୟଗଡ଼ା ବସଷ୍ଟାଣ୍ଡରୁ ଅବକାରୀ ପୁଲିସ ହାତରେ ଧରାପଡ଼ିଛି ଜଣେ ଅଭିଯୁକ୍ତ | ଗିରଫ ଅଭିଯୁକ୍ତ ହରିୟାଣାର ରମେଶ ବୋଲି ଜଣାପଡ଼ିଥିବା ବେଳେ ତା’ଠାରୁ ୯ କେଜି ୪୨୫ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ଏ ନେଇ ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିକଟରୁ ମିଳିଥିବା ସୂଚନା ପ୍ରକାରେ, କୋରାପୁଟରୁ ବସ୍ ଯୋଗେ ଅଭିଯୁକ୍ତ ରମେଶ ଏକ ବ୍ୟାଗରେ ବେଆଇନ ଭାବେ ଗଞ୍ଜେଇ ନେଇ ରାୟଗଡ଼ାକୁ ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଶ୍ରୀ ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଉପ ଆରକ୍ଷୀ ଅଧୀକ୍ଷକ ଗୁପ୍ତେଶ୍ବର ପ୍ରଧାନଙ୍କ ତତ୍ତ୍ଵାବଧାନରେ ରାୟଗଡ଼ା ଅବକାରୀ ସଦର ଥାନା ଓଆଇସି ସଞ୍ଜୟ କୁମାର ପ୍ରଧାନଙ୍କ ନେତୃତ୍ବରେ ଅବକାରୀ ଟିମ୍ ରାୟଗଡ଼ା ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ କୋରାପୁଟରୁ ଆସିଥିବା ବସ୍(ଓଡି୧୦-୭୧୯୮) ରେ ଯାଞ୍ଚ କରିବା କରିବା ସମୟରେ ଅଭିଯୁକ୍ତ ରମେଶ ନିକଟରେ ଥିବା ବ୍ୟାଗରୁ ଗଞ୍ଜେଇ ଜବତ କରାଯାଇଥିଲା I ଜବତ ଗଞ୍ଜେଇର ବଜାରରେ ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ଧଳସାମନ୍ତ ପ୍ରକାଶ କରିଛନ୍ତି I ଏହି ଚଢ଼ଉବେଳେ ଅବକାରୀ ଟିମରେ ଏଏସଆଇ ରାଶି ନାୟକ, କନେଷ୍ଟବଳ ମେଲକା କୁମାରୀ, ଜି.ଧର୍ମାରାଓ, ଅମର ଦଳେଇ, ସନ୍ଦୀପ ପାତ୍ର, କିଶୋର ବିଡିକା ପ୍ରମୁଖ ସାମିଲ ହୋଇଥିଲେ | ଗିରଫ ଅଭିଯୁକ୍ତ ରମେଶକୁ ଏନଡିପିଏସ୍ ଗଞ୍ଜେଇ ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

masiha

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।

Sunil Chandra Nayak

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Sunil Chandra Nayak

Leave a Comment

error: Content is protected !!