ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକ ର ଅପହରଣ ନେଇ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ, ନିଜକୁ ନିଜେ ଅପହରଣ କରି ପରିବାର ଠାରୁ ଟଙ୍କା ଆଦାୟ ଘଟଣାର ପରଦା ଫାସ କଲା ପୋଲିସ

ଯୁବକ ର ଅପହରଣ ନେଇ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ, ନିଜକୁ ନିଜେ ଅପହରଣ କରି ପରିବାର ଠାରୁ ଟଙ୍କା ଆଦାୟ ଘଟଣାର ପରଦା ଫାସ କଲା ପୋଲିସ

  ନୂଆପଡା ଜିଲ୍ଲା ଖରୀଆର ରୋଡ ସହର ର ଜଣେ ଯୁବକ, ନିଜ ସହଯୋଗୀ ଙ୍କ ସହ ମିଶି ନିଜକୁ ନିଜେ ଅପହରଣ ଏକ କାଣ୍ଡ ଭିଆଇଥିଲା। ତାକୁ ଉଦ୍ଧାର ପାଇଁ ଟଙ୍କା ଦାବୀ କରିଥିଲା। ଏକ ଏଡିଟିଙ୍ଗ ଭିଡିଓ ପଠାଇ ଥିବା ବେଳେ ଏହି ଘଟଣା ର ପର୍ଦ୍ଦା ଫାସ କରିଛି ନୂଆପଡା ପୋଲିସ। ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୋଙ୍କ ଥାନା ବୋଇରଭାଡ଼ି ଗାଁର ବୈକୁଣ୍ଠ ନାଏକ (୩୧)ଙ୍କୁ ଅପହରଣ ଅଭିଯୋଗ କରିଥିଲେ। ଅପହରଣ ନେଇ ଏକ ଭିଡିଓ ଘୁରି ବୁଲୁଥିଲା।ତାଙ୍କୁ ମାଡ଼ ମାରିଥିବା, ତାଙ୍କୁ ଛାଡ଼ିବା ପାଇଁ ଟଙ୍କା ମାଗୁଥୁବା ନେଇ ଉଲ୍ଲେଖଥିଲା। ଯୋଙ୍କ ଥାନା ରେ ପରିବାର ଲୋକେଙ୍କ ଅଭିଯୋଗ କରିଥିଲେ। ଅନ୍ୟ ଏକ ଘଟଣା ଜୟରାମ ନାଏକ ସାନ ପୁଅ ପବିତ୍ର ଅନ୍‌ଲାଇନରେ ବିଭିନ୍ନ ଆପ୍ ଜରିଆରେ ପ୍ରାୟ ୩ ଲକ୍ଷ ଟଙ୍କା ଋଣ ନେଇଥିବା। ବାପା ଜୟରାମ ଜମିବାଡ଼ି ବନ୍ଧକ ସହ ଧାରଉଧାର କରି ଟଙ୍କା ଶୁଝିବାକୁ ପବିତ୍ରଙ୍କୁ ଦେଇଥିଲେ। ପବିତ୍ର ମଧ୍ୟ ଟଙ୍କା ଶୁଝି ଥିବା ସେ ପରିବାର ଲୋକଙ୍କୁ କହିଥିଲେ। ଗତ ୨ ତାରିଖରେ ଜୟରାମଙ୍କ ବଡ଼ପଅ ବୈକୁଣ୍ଠ ଙ୍କ ଅପହରଣ ଘଟଣା ସାମ୍ନାକୁ ଆସିଥିଲା। ୬ ତାରିଖ ଦିନ ଅଭିଯୋଗ ପରେ ତଦନ୍ତ କରିଥିଲେ। ତଦନ୍ତ ରୁ ନିଜ କୁ ନିଜେ ଅପହରଣ କରି ନିଜ ପରିବାର କୁ ଟଙ୍କା ଦାବି କରୁଥିବା ନେଇ ନୂଆପଡ଼ା ଏସ ପି ସୂଚନା ଦେଇଛନ୍ତି।

 ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

masiha

ଶଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା

Sunil Chandra Nayak

ଜମି ବନ୍ଧକକୁ କେନ୍ଦ୍ର କରି ଖୁର୍ସେଲ ଗୁଡାରେ ଯୁବକକୁ ହତ୍ୟା ,ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

masiha

Leave a Comment

error: Content is protected !!