ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡ଼ିବାରୁ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଯୁବକ ଗୁରୁତର

ଗୋଲାମୁଣ୍ଡା /25/6/ନିର୍ଭୟ, ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଲା ଗ୍ରାମରେ ଆଜି ସକାଳ ସମୟରେ ନିଜ ବିଲକୁ ଚାଷ କରି ଯାଇଥିବା ଜଣେ ଯୁବକ କୁ ବିଷାକ୍ତ ସାପ କାମୁଡ଼ିବାରୁ ଯୁବକ ଜଣକ ଗୁରୁତର ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଆଜି ସକାଳ ସମୟରେ ନିଜ ବିଲକୁ ଯାଇ ଘାସ ବାଛୁ ଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ହାତ ଆଙ୍ଗୁଠି ରେ କାମୁଡି ଦେଇଥିଲା. ସାପ କାମୁଡି ଦେଇଥିବା କଥା ପରିବାର ବର୍ଗ ଙ୍କୁ ଜଣାଇବା ପରେ ପରିବାର ଲୋକେ 108 ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିବା ଜଣାପଡିଛି.।

ଗୋଲାମୁଣ୍ଡା ବ୍ଲକରୁ ରାମ କୁମାର ସେନାପତିଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସଂକଳ୍ପ ସପ୍ତାହ ର କାର୍ଯ୍ୟକ୍ରମରେ ମନ କିଣିଲା ମାଣ୍ଡିଆ ଖାଦ୍ୟ

masiha

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

masiha

ବିଶୋଇ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟି ଟଙ୍କା ରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

masiha

Leave a Comment

error: Content is protected !!