ଗୋଳାମୁଣ୍ଡା ତା ୦୩/୦୪ /ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରୁ ନୂଆଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଜରିଆରେ ହେଉଥିବା ରାସ୍ତା କାମଟି ନିମ୍ନମାନର ହେଉଥିବା ଲୋକଙ୍କ ଅଭିଯୋଗ ହେଉଛି । ଏ ରାସ୍ତା କାମର ଛୋଟ ବଡ଼ ବ୍ରିଜ କାମ ଗୁଡିକ ରାତ୍ରିରେ କାମ ହେଉଥିବା ନେଇ ପୂର୍ବରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲେ ସୁଦ୍ଧା କାମରେ ସୁଧାର ଆସୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପୂର୍ତ୍ତ ବିଭାଗର ଏସ୍ଟିମେଣ୍ଟ ଅନୁଯାଇ ରାସ୍ତାରେ କଲା ମେଟାଳ ଦେବାର ବ୍ୟବସ୍ଥା ଥିବା ବେଳେ ଧଳା ମେଟାଲରେ ଚାଲିଛି କାମ । ଚପରିଆ ଠାରୁ ସାନଚେରଗାଁ ମଧ୍ୟରେ ଧଳା ମେଟାଲରେ କାମ କରୁଥିବା ବେଳେ ସାନଚେରଗାଁ ବସ୍ତରେଣି ମହାବିଦ୍ୟାଳୟ ପାଖରେ ଥିବା ବ୍ରିଜ କାମରେ ମଧ୍ୟ ଧଳା ମେଟାଲରେ ଚାଲିଛି କାମ । ପୂର୍ତ୍ତ ବିଭାଗର ଯନ୍ତ୍ରୀ କାମ ତଦନ୍ତ କରିବାକୁ ଆସୁଛନ୍ତି କି ବୋଲି ବ୍ରିଜରେ ନିୟୋଜିତ ଶ୍ରମିକଙ୍କୁ ପଚରା ଯାଇଥିଲା । ଶ୍ରମିକମାନେ କାମ ହେଲାଦିନଠୁ ଆସି ନ ଥିବା କଥା ପ୍ରକାଶ କରିଥିବା ବେଳେ ବ୍ରିଜ କାମର ଫଟୋ ତାଙ୍କ ମୋବାଇଲରେ ପଠାଇ ଦିଆଯାଉଛି ବୋଲି କହିଥିଲେ । ମୋବାଇଲ ଫୋନ ଜରିଆରେ କାମ ତଦନ୍ତ କରିବା ଉପରେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏ ରାସ୍ତା ଦେଇ ଅଞ୍ଚଳ ଗ୍ରସ୍ତ କରୁଥିବା ବେଳେ ତାଙ୍କର ନଜର କାହିଁକି ପଡୁନାହିଁ ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ଏନେଇ ବିଧାୟକ ପର୍ତ୍ତୃ ବିଭାଗ ଅଧିକାରୀ ଙ୍କୁ ତାଗିଦ କରିବା ପାଇଁ ଆବଶ୍ୟକ ବୋଲି କହିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନବପ୍ରକାଶ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ଶ୍ରୀ ବେହେରା ଏସ୍ଟିମେଣ୍ଟରେ କଲା ମେଟାଲ ଥିବା କଥା ପ୍ରକାଶ କରିଥିବା ବେଳେ ଜଣେ ଯନ୍ତ୍ରୀ ସମସ୍ତ ସ୍ଥାନକୁ ପହଞ୍ଚିବା ସମ୍ଭବ ହୋଇ ପାରୁ ନାହିଁ ସଫେଇ ଦେଇଥିଲେ । ଜିଲ୍ଲା ପ୍ରଶାସନ ଏ କାମ ଉପରେ ତଦନ୍ତ କରି ଦୁର୍ନୀତିରେ ଲିପ୍ତଥିବା ଠିକାଦାର ଓ କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଵା ସହ କଲା ମେଟାଲରେ କାମ କରିବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା