ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେଇ ଅନୁପସ୍ଥିତ ରହୁଥିବାରୁ ଉଦେଶୃଙ୍ଗ ଠାରୁ ନୂଆଗାଁର ରାସ୍ତା କାମ ନିମ୍ନମାନର ଅଭିଯୋଗ

ଗୋଳାମୁଣ୍ଡା ତା ୦୩/୦୪ /ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରୁ ନୂଆଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଜରିଆରେ ହେଉଥିବା ରାସ୍ତା କାମଟି ନିମ୍ନମାନର ହେଉଥିବା ଲୋକଙ୍କ ଅଭିଯୋଗ ହେଉଛି । ଏ ରାସ୍ତା କାମର ଛୋଟ ବଡ଼ ବ୍ରିଜ କାମ ଗୁଡିକ ରାତ୍ରିରେ କାମ ହେଉଥିବା ନେଇ ପୂର୍ବରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲେ ସୁଦ୍ଧା କାମରେ ସୁଧାର ଆସୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପୂର୍ତ୍ତ ବିଭାଗର ଏସ୍ଟିମେଣ୍ଟ ଅନୁଯାଇ ରାସ୍ତାରେ କଲା ମେଟାଳ ଦେବାର ବ୍ୟବସ୍ଥା ଥିବା ବେଳେ ଧଳା ମେଟାଲରେ ଚାଲିଛି କାମ । ଚପରିଆ ଠାରୁ ସାନଚେରଗାଁ ମଧ୍ୟରେ ଧଳା ମେଟାଲରେ କାମ କରୁଥିବା ବେଳେ ସାନଚେରଗାଁ ବସ୍ତରେଣି ମହାବିଦ୍ୟାଳୟ ପାଖରେ ଥିବା ବ୍ରିଜ କାମରେ ମଧ୍ୟ ଧଳା ମେଟାଲରେ ଚାଲିଛି କାମ । ପୂର୍ତ୍ତ ବିଭାଗର ଯନ୍ତ୍ରୀ କାମ ତଦନ୍ତ କରିବାକୁ ଆସୁଛନ୍ତି କି ବୋଲି ବ୍ରିଜରେ ନିୟୋଜିତ ଶ୍ରମିକଙ୍କୁ ପଚରା ଯାଇଥିଲା । ଶ୍ରମିକମାନେ କାମ ହେଲାଦିନଠୁ ଆସି ନ ଥିବା କଥା ପ୍ରକାଶ କରିଥିବା ବେଳେ ବ୍ରିଜ କାମର ଫଟୋ ତାଙ୍କ ମୋବାଇଲରେ ପଠାଇ ଦିଆଯାଉଛି ବୋଲି କହିଥିଲେ । ମୋବାଇଲ ଫୋନ ଜରିଆରେ କାମ ତଦନ୍ତ କରିବା ଉପରେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏ ରାସ୍ତା ଦେଇ ଅଞ୍ଚଳ ଗ୍ରସ୍ତ କରୁଥିବା ବେଳେ ତାଙ୍କର ନଜର କାହିଁକି ପଡୁନାହିଁ ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ଏନେଇ ବିଧାୟକ ପର୍ତ୍ତୃ ବିଭାଗ ଅଧିକାରୀ ଙ୍କୁ ତାଗିଦ କରିବା ପାଇଁ ଆବଶ୍ୟକ ବୋଲି କହିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନବପ୍ରକାଶ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ଶ୍ରୀ ବେହେରା ଏସ୍ଟିମେଣ୍ଟରେ କଲା ମେଟାଲ ଥିବା କଥା ପ୍ରକାଶ କରିଥିବା ବେଳେ ଜଣେ ଯନ୍ତ୍ରୀ ସମସ୍ତ ସ୍ଥାନକୁ ପହଞ୍ଚିବା ସମ୍ଭବ ହୋଇ ପାରୁ ନାହିଁ ସଫେଇ ଦେଇଥିଲେ । ଜିଲ୍ଲା ପ୍ରଶାସନ ଏ କାମ ଉପରେ ତଦନ୍ତ କରି ଦୁର୍ନୀତିରେ ଲିପ୍ତଥିବା ଠିକାଦାର ଓ କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଵା ସହ କଲା ମେଟାଲରେ କାମ କରିବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

Maharaja Sri Krishna Chandra Gajapati Narayan Dev’s 134th Birth Anniversary Celebrated in Rayagada

masiha

ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଭଵ୍ୟ କଳସ ଯାତ୍ରା 

masiha

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

masiha

Leave a Comment

error: Content is protected !!