ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୀତିକବି ସମାଜ ର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ

ଉତ୍କଳ ଗୀତିକବି ସମାଜ ର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ

ରାଉରକେଲା:ଜଗଦା ସ୍ଥିତ ମା ବାଟମଙ୍ଗଳା ଶକ୍ତିପୀଠ ଠାରେ ଉତ୍କଳ ଗୀତିକବି ସମାଜର ଶ୍ରୀଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ତାରିଣୀ ଚରଣ ସାହୁ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଭୋଳେଶ୍ବର ବେହେରା ଙ୍କ ଆବାହକତ୍ଵରେ ଉପସଭାପତି ରାମକୃଷ୍ଣ ତ୍ରିପାଠୀ ଓ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଆଲୋକ ରଞ୍ଜନ ମଲିକ ଓ ମୁଖ୍ୟବକ୍ତା ଭାବେ ଡ଼ କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ଷଡଙ୍ଗୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶ୍ରୀ ଜୟଦେବଙ୍କ କୃତ ଗୀତଗୋବିନ୍ଦ ପାଠ କଲେ ମଣିଷକୁ ନୂତନ ଶକ୍ତି ମିଳିବା ସହ ଚିତ୍ତ ପ୍ରଫୁଲ୍ଲ ରହିଥାଏ । ଏହାସହ ସେ ଜୟଦେବଙ୍କ କୃତି ସମ୍ପର୍କରେ ବ୍ୟାପକ ଆଲୋଚନା କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପ୍ରାରମ୍ଭରେ ଗୁରୁ ଅଜୟ ପାଣି ଓ ସ୍ମିତା ପାଣି ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ ଗୀତିକବି ସମ୍ମାନ ରେ ସମ୍ମାନିତ ହୋଇଥିଲେ କବି ହରମୋହନ ମିଶ୍ରଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଗୀତିକବି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସମାଜର ବିଭିନ୍ନ ସେବା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସର୍ବଶ୍ରୀ ଡାକ୍ତର ସରୋଜ କୁମାର ରାଉତ, ରାଉରକେଲା ଜୀବନ ବୀମା ବରିଷ୍ଠ ଶାଖା ପ୍ରବନ୍ଧକ ସଞ୍ଜୟ କୁମାର ରାଉତ,ଇଂ ବିଜୟ କୁମାର ସେନାପତି, ଆଇନଜୀବୀ ବିକ୍ରମ କିଶୋର ସ୍ୱାଇଁ ଓ କବି ପ୍ରତାପ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର “ଗୀତ ଚନ୍ଦନ”, ଅଧ୍ୟାପକ କମଳାକାନ୍ତ ଦାସ ଙ୍କ ର “ଐଶ୍ୱର୍ଯ୍ୟମୟୀ ପ୍ରକୃତି “, ଇଂ ବିଜୟ କୁମାର ସେନାପତିଙ୍କ “ମଗ୍ନ ଆବେଗ”, ରସରାଜ ଦେବରାଜ ପ୍ରଧାନ ଙ୍କ ର “ସ୍ମୃତି ସିକ୍ତl, ଦୀନବନ୍ଧୁ ପ୍ରଧାନ ଙ୍କର “କୁରୁଆଁ ଫୁଲ “ଓ ମୋହନ ସିଂ ଙ୍କ ର “ଟିକି ଟିକି ତାରା ଫୁଲ “କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ହରିହର ବେହେରା ଙ୍କ ସଭାପତିତ୍ୱ , ହରପ୍ରିୟା ସାମଲ ଓ କବି ପ୍ରତାପ ପଣ୍ଡା ଙ୍କ ର ସଂଯୋଜନାରେ ୫୦ ରୁ ଉର୍ଦ୍ଧ୍ବ କବି ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ। ସାମଗ୍ରିକ ଭାବରେ ଅନୁଷ୍ଠାନ ର ସମ୍ପାଦକ ଭୋଳେଶ୍ୱର ବେହେରା ସଭା ପରିଚାଳନା କରିଥିଲେ ଶେଷରେ ବିଭୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ସେମେଲ ପଦର ଗ୍ରାମଠାରେ ଉତ୍ତର ବନଖଣ୍ତ ତରଫରୁ ୭୪ ତମ ବନମୋହତ୍ସ ଅନୁଷ୍ଠିତ

Leave a Comment

error: Content is protected !!