ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

   ଡାବୁଗାଁ, ୫/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମ ନିକଟରେ ୭୪ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଡାବୁଗାଁ ବନ ବିଭାଗ ତରଫରୁ ମେଣ୍ଡ୍ରା ବନ ସଂରକ୍ଷଣ ସମିତି ସହଯୋଗରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ | ସରଗୁଲି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଅଧୀନ ରେ ଥିବା ପ୍ରାୟ ୪୦ ହେକ୍ଟର ଖାଲି ସ୍ଥାନରେ ପ୍ରାୟ ୨୦ ହଜାର ଚାରା ରୋପଣ କରାଯିବ | ଆଜି ପ୍ରଥମ ଦିନରେ ପ୍ରାୟ ୧୦୦୦ ଚାରା ରୋପଣ କରାଯାଇଛି | ଏଥିରେ ଗମ୍ଭାରୀ, କାଞ୍ଚନ, ବାଲି ଶିଶୁ, ଶିମିଳି, ଅଁଳା, ଅର୍ଜୁନ, ତେନ୍ତୁଳୀ ଓ କାଜୁ ବୃକ୍ଷ ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ରୀତାରାଣୀ ବିଶ୍ଵାସରାୟ, ଉମାଶଙ୍କର ମିଶ୍ର ଓ ପ୍ରକାଶ ସରକାର, ମେଣ୍ଡ୍ରା ବନ ସଂରକ୍ଷଣ ସମିତି ସଭାପତି ଅର୍ଜୁନ ବିଶୋୟୀ ଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡର ଅବ୍ୟବସ୍ଥା ନେଇ ରୋଗୀଙ୍କ ଧାରଣା

Sunil Chandra Nayak

ମୋଦୀ ଙ୍କ ମନ୍‌ ବାତ୍ ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

Sunil Chandra Nayak

Leave a Comment

error: Content is protected !!